PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୫୦ ଦିନରେ ମୋଦି ୨.୦; ଫୋକସ୍‌ରେ ଭିତ୍ତିଭୂମି, ନିବେଶ

ନୂଆଦିଲ୍ଲୀ,୨୩/୦୭(ଏଜେନ୍ସି):ମୋଦି ୨.୦ ସରକାରଙ୍କ ପ୍ରଥମ ୫୦ ଦିନ ପୂରଣ ହୋଇଛି । ସରକାରଙ୍କ ଫୋକସ୍‌ରେ ରହିଛି ଭିତ୍ତିଭୂମି । ସଡ଼କ ଏବଂ ରାଜପଥ ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଣ ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଚଳିତ ମାସ ପ୍ରାରମ୍ଭରେ ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍‌ଆଇଆଇଏଫ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଇ-ଯାନର ଆଦୃତି ବଢ଼ାଇବା ପାଇଁ ଚାର୍ଜିଂ ଭିତ୍ତିଭୂମି ବଢ଼ାଇବା ଲାଗି ଜୋରସୋର ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ରେଳ ଭିତ୍ତିଭୂମି ବିକାଶ ଲାଗି ସରକାରୀ ଘରୋଇ ସହଭାଗିତା ମଡେଲ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶର ହାରାହାରି ଭିତ୍ତିଭୂମି ବିକାଶ ଲାଗି ଗ୍ୟାସ୍‌ ଗ୍ରୀଡ, ୱାଟର ଗ୍ରୀଡ, ଆଇ-ୱେଜ୍‌ ଏବଂ ଆଞ୍ଚଳିକ ବିମାନବନ୍ଦରଗୁଡିକ ଉପରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

ଆସନ୍ତା ୫ ବର୍ଷରେ ଦେଶର ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ୫୦ ଦିନର ଅବଧି ମଧ୍ୟରେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି । କିଭଳି ତ୍ୱରିତ ଭାବେ ଲକ୍ଷ୍ୟ ହାସଲ ହେବ ସେଥିପାଇଁ କାର୍ଯ୍ୟ ଚାଲିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜାତୀୟ ସୁରକ୍ଷା ଲାଗି ଜାମ୍ମୁ କାଶ୍ମୀର ବ୍ୟାଙ୍କର କ୍ଲିନ୍‌ ଅପ୍‌, ନୂଆ କଲ୍ୟାଣମୂଳକ ଯୋଜନା ଉପରେ ଘରୋଇ ଏଜେଣ୍ଡା ଏବଂ ବୈଦେଶିକ ନୀତି ସଂକ୍ରାନ୍ତ ବିଭିନ୍ନ ପଦକ୍ଷେପ ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଥିବା ସରକାର ସୋମବାର ପ୍ରକାଶ କରିଛନ୍ତି । ଆତଙ୍କବାଦ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଉଥିବା ଜାମ୍ମୁ କାଶ୍ମୀର ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହେଉଥିଲା । କେନ୍ଦ୍ରୀୟ ବାହୁବଳକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପଳାତକ ଅର୍ଥନୈତିକ ଅପରାଧୀ ଯେପରି ସନ୍ଦେସରା ଗ୍ରୁପ୍‌ ପ୍ରମୋଟର ଏବଂ ଗହଣା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିବା ସରକାର ପ୍ରକାଶ କରିଛନ୍ତି ।

ଦେବାଳିଆ ଆଇନରେ ସଂଶୋଧନ କରାଯାଇଛି । ଏହା ଦ୍ୱାରା ମାମଲାଗୁଡିକର ତ୍ୱରିତ ସମାଧାନ ହେବ । ଶ୍ରମ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି । ଏହା ଦ୍ୱାରା ୪୯ କୋଟି ଶ୍ରମିକ ଉପକୃତ ହେବେ ଏବଂ ବ୍ୟବସାୟ ସହଜ ହେବ । ବ୍ୟବସାୟିକ ସଂସ୍ଥାଗୁଡିକର ପଞ୍ଜୀକରଣକୁ ଅପେକ୍ଷାକୃତ ସରଳ କରାଯାଇଥିବା ସରକାର କହିଛନ୍ତି । ସଚ୍ଚୋଟ ଲୋକମାନେ ଯେପରି ଜାଲିଆତିର ଶିକାର ନ ହେବେ ସେଥିପାଇଁ ଅଣନିୟନ୍ତ୍ରିତ ଆର୍ଥିକ ସ୍କିମ୍‌ଗୁଡିକ ଉପରେ କଟକଣା ଲଗାଯାଇଛି । ଗୃହ କିଣିବା ପାଇଁ ଚାହୁଁଥିବା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ଛାଡ଼ ସୁବିଧା ଦିଆଯାଇଛି । ୩ କୋଟି ରିଟେଲ ବ୍ୟବସାୟୀ ଏବଂ ଉଠାଦୋକାନିଙ୍କୁ ପେନ୍‌ସନ ମିଳିବ ।

ନିବେଶ ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉଥିବା ସରକାର ନିଜ ରିପୋର୍ଟ କାର୍ଡରେ ପ୍ରକାଶ କରିଛନ୍ତି । ୫ ଟ୍ରିଲିୟନ ଡଲାର ଲକ୍ଷ୍ୟ ଦିଗରେ ସରକାର ଅଗ୍ରସର ହେଉଛନ୍ତି । ଭାରତକୁ ୫ ଟ୍ରିଲିୟନ୍‌ ଡଲାରର ଅର୍ଥନୀତିରେ ବଦଳାଇବା ପାଇଁ ସ୍ୱପ୍ନ ଦେଖିଛନ୍ତି ସରକାର । ଅଭିବୃଦ୍ଧି ଏବଂ ନିବେଶ ଦ୍ୱାରା ନିଯୁକ୍ତି ବଢ଼ିବ । ୪୦୦ କୋଟି ଟଙ୍କାରୁ କମ୍‌ ବ୍ୟବସାୟ କରୁଥିବା କମ୍ପାନିଗୁଡିକ ପାଇଁ କର୍ପୋରେଟ୍‌ ଟିକସକୁ କମାଇ ସରକାର ବ୍ୟବସାୟିକ ବାତାବରଣକୁ ଅଧିକ ଉତ୍ତମ କରିଛନ୍ତି ।

ବଜାର ହରାଇଲା ୧୨ ଲକ୍ଷ କୋଟି ମୋଦି ୨.୦ ସରକାରଙ୍କ ପ୍ରଥମ ୫୦ ଦିନ ପୂରଣ ହୋଇଛି । ଏହି ସମୟ ମଧ୍ୟରେ ବଜାରର ଉପଲବ୍ଧି ନିରାଶାଜନକ ରହିଛି । ଆଶା କରାଯାଉଥିଲା ମୋଦି ୨.୦ ସରକାର ଆସିବା ପରେ ପୁଞ୍ଜି ବଜାର ବଡ଼ ମାତ୍ରାରେ ବଢ଼ିବ ଏବଂ ନିବେଶକ ଲାଭବାନ ହେବେ । କିନ୍ତୁ ବାସ୍ତବ ଚିତ୍ର ଏହାର ଓଲଟା ରହିଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ୫୦ ଦିନରେ ନିବେଶକ ପାଖାପାଖି ୧୨ ଲକ୍ଷ କୋଟିର ସମ୍ପତ୍ତି ହରାଇଥିବା ଜଣାଯାଇଛି । ଜୁନ୍‌ ୩ରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ କମ୍ପାନିଗୁଡିକ ମୋଟ ବଜାର ପୁଞ୍ଜି ରେକର୍ଡ ୧୫୬ ଲକ୍ଷ କୋଟି ଟଙ୍କା ଛୁଇଁଥିଲା । ସମ୍ପ୍ରତି ଏହା ୧୪୪ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ, ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୦ରେ ଦାୟିତ୍ୱ ସମ୍ଭାଳିଛନ୍ତି । ମେ ୩୦ରୁ ପ୍ରତି ୧୦ଟି ଷ୍ଟକ ମଧ୍ୟରୁ ୯ଟିରେ ହ୍ରାସ ଘଟିଆସୁଛି । ଏଥିମଧ୍ୟରୁ ୬୦%ରୁ ଊଦ୍ଧ୍ୱର୍ ଷ୍ଟକ୍‌ରେ ୧୦%ରୁ ଊଦ୍ଧ୍ୱର୍ ହ୍ରାସ ଘଟିଥିବା ଜଣାଯାଇଛି ।

ବଜାର ବିଶେଷଜ୍ଞଙ୍କ ମତରେ ବଜେଟ୍‌ରେ ଘୋଷଣା କରାଯାଇଥିବା କିଛି ନିଷ୍ପତ୍ତି ଦ୍ୱାରା ବଜାର ପ୍ରଭାବିତ ହୋଇଛି । ଅତିଧନୀଙ୍କ ଉପରେ ସର୍‌ଚାର୍ଜ ବଢ଼ାଇବା ତଥା ବିଦେଶୀ ପୋର୍ଟାଫୋଲିଓ ନିବେଶକଙ୍କ ଉପରେ ଅଧିକ ଟିକସ ବଜାରକୁ ଅସ୍ଥିର କରୁଥିବା ଏମାନେ କହିଛନ୍ତି । ଚଳିତବର୍ଷ ୩ ଟ୍ରିଲିୟନ ଡଲାର ଏବଂ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଡଲାରର ଅର୍ଥନୀତି ପାଲଟିବାକୁ ଭାରତ ଲକ୍ଷ୍ୟ ରଖିଥିବାବେଳେ ଅଭିବୃଦ୍ଧି ସଙ୍କୁଚିତ ହେବା ଫଳରେ ଏହା ନିବେଶକଙ୍କୁ ଆଶଙ୍କିତ କରୁଛି । ଏହା ମଧ୍ୟ ଏକ କାରଣ ଯାହାଦ୍ୱାରା ବଜାର ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, ୨୦୧୮ରେ ଯେତେବେଳେ ଦୀର୍ଘମିଆଦୀ ପୁଞ୍ଜି ଲାଭ(ଏଲ୍‌ଟିସିଜି)କୁ ପୁନଃ କାର୍ଯ୍ୟକାରୀ କରାଗଲା ୧୦ରୁ ୧୨ ବର୍ଷ ଧରି ବଜାରର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ବଜାର ଉପରେ ଟିକସ ବ୍ୟବସ୍ଥାର ବଡ଼ ପ୍ରଭାବ ପଡ଼ିଥାଏ । ବଜାରରୁ ୩୦% ଅଧିକ ରିଟ୍‌ର୍ଣ୍ଣ ଆଶା ରଖିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଯଦି ଅତିରିକ୍ତ ଶୁଳ୍କ ଲଗାଇ ଦିଆଯିବ ତା’ହେଲେ ତାଙ୍କର ରିଟର୍ଣ୍ଣ ୨୫%କୁ ଖସିଯିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତଥ୍ୟ ଅନୁସାରେ ବଜାର ଉପରୁ ଆସ୍ଥା ହରାଇ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଚଳିତମାସର ବର୍ତ୍ତମାନ ସୁଦ୍ଧା ୭,୭୧୨ କୋଟି ଟଙ୍କାର ଇକ୍ୱିଟି ବିକ୍ରି କରିଦେଇଛନ୍ତି । ମେ’ରେ ଏମାନେ ବଜାରରେ ୭,୯୧୯ କୋଟି ଟଙ୍କା ନିବେଶ କରିଥିବାବେଳେ ଜୁନ୍‌ରେ ଏହା ମାତ୍ର ୨,୫୯୫ କୋଟି ଟଙ୍କାକୁ ଖସିଆସିଛି । ମୋଦି ୨.୦ ସରକାରରେ ସେନ୍‌ସେକ୍ସରେ ୧,୮୦୦ ପଏଣ୍ଟ ହ୍ରାସ ଘଟିଥିବାବେଳେ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟି ୧୨%