PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପୋଲିସକୁ ଆକ୍ରମଣ ମାମଲା, ଦୁଇ ଥାନା ପକ୍ଷରୁ ୫୭ ଗିରଫ

ଖଲ୍ଲିକୋଟ, ୧୮।୩: ପୋଲିସ ଓ ଡ୍ରାଇଭର ଏକତା ମହାସଂଘ ଖଣ୍ଡଯୁଦ୍ଧ ମାମଲା । ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ଥାନା ପକ୍ଷରୁ ୫୭ ଜଣ ଗିରଫ ହୋଇଛନ୍ତି । ଚମାଖଣ୍ଡି ଥାନା ପକ୍ଷରୁ ୨୮ ଜଣ ଗିରଫ ହୋଇଥିବା ବେଳେ ଗୋପାଳପୁର ଥାନା ପକ୍ଷରୁ ୨୯ ଜଣଙ୍କୁ ଗିରଫ କରାଯାଇଛି ।  ଗୁରୁବାର ଦିନ ଚମାଖଣ୍ଡି ଥାନା ପକୁଡ଼ିବନ୍ଧ ଛକ ନିକଟରେ ଡ୍ରାଇଭରମାନେ ଆନ୍ଦୋଳନ କରିବା ସମୟରେ ବିଭିନ୍ନ ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହ ପୋଲିସକୁ ଆକ୍ରମଣ କରିଥିଲେ । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ୮ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏନେଇ ଚମାଖଣ୍ଡି ଥାନା ଓ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆଗକୁ ମଧ୍ୟ ଗିରଫ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।