ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିଲେ, ଗାଡି ସହ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର

ନୂଆପଡା, ୬।୭ ଏଟିଏମ ରେ ଟଙ୍କା ଭରିବା ନେଇ ଗାଡିରେ ଟଙ୍କା ଧରି ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ନୂଆପଡା ବଲାଙ୍ଗିର ସୀମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲ ରୁ ଗାଡି ଉଦ୍ଧାର ହୋଇଛି। ସିକ୍ୟୁରିଟି ଗାର୍ଡ ଏବଂ ସିଏମଏସ କର୍ମଚାରୀ ଙ୍କ ଅବହେଳା ରୁ ଘଟିଛି ଏଭଳି ଘଟଣା ।
ଗାଡିରେ ୫୭ ଲକ୍ଷ ଟଙ୍କା ନେଇ ବୋଡେନ,ସିନାପାଲି ଅଞ୍ଚଳର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାର ଥିଲା। ବ୍ୟାଙ୍କରୁ ଟଙ୍କା ଆଣି ଭ୍ୟାନରେ ରଖିବା ପରେ ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଦୁଇ କର୍ମଚାରୀ ଙ୍କୁ ନ ନେଇ ଡ୍ରାଇଭର ଭ୍ୟାନ ନେଇ ଫେରାର ହୋଇଯାଇଥିଲା। ନୂଆପଡା ବଲାଙ୍ଗିର ସିମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲ ରୁ ଗାଡି ପୋଲିସ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଖରିଆର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।