PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଗଞ୍ଜାମ କୋଭିଡ଼ ହସ୍ପିଟାଲରେ ସଂକ୍ରମିତ ମା’ଙ୍କଠାରୁ ଜନ୍ମିତ ସମସ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ, ସେମାନଙ୍କ ଠାରେ ନାହିଁ କରୋନାର କୌଣସି ଲକ୍ଷଣ

ବ୍ରହ୍ମପୁର ୧୪/୮: ରାଜ୍ୟ, ଦେଶ, ବିଶ୍ବ ବର୍ତ୍ତମାନ କରୋନା ମହାମାରୀ ଜନିତ ସ୍ଥିତିରେ ଆତଜାତ। ଫଳରେ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ସ୍ଥିତିରେ ଗଞ୍ଜାମରୁ ଆସିଛି ଏକ ବଡ଼ ଏବଂ ଖୁସି ଖବର। କରୋନା ଜନିତ ପରିସ୍ଥିତି ବେଳେ କୋଭିଡ଼ ହସ୍ପିଟାଲରେ ଜନ୍ମିତ ନବଜାତକମାନେ କେବଳ ସୁସ୍ଥ ନୁହଁନ୍ତି କରୋନା ଜନିତ କୌଣସି ଲକ୍ଷଣ ସେମାନଙ୍କଠାରେ ନାହିଁ।   

କୋଭିଡ୍ ଜନିତ ପରିସ୍ଥିତି ସମୟରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୫୭ ଜଣ ନବଜାତ ଶିଶୁ ଜନ୍ମ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍ ହସ୍ପିଟାଲରେ ଜନ୍ମ ନେଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଏହି ଶିଶୁମାନଙ୍କ ମଧ୍ୟରୁ  ଅଧିକାଂଶ କରୋନା ସଂକ୍ରମିତ ମାଆଙ୍କଠାରୁ ଜନ୍ମ ନେଇଛନ୍ତି। କିନ୍ତୁ ନବଜାତକମାନେ ସଂକ୍ରମଣ ମୁକ୍ତ ଅର୍ଥାତ ସେମାନଙ୍କୁ ମାଆଠାରୁ କରୋନା ସଂକ୍ରମିତ ହୋଇ ନାହିଁ। ଏହି ଶିଶୁମାନେ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ବୋଲି ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନାରୁ ଜଣାଯାଇଛି।

ଏହି ନବଜାତଙ୍କ ମଧ୍ୟରେ ୧୬  ଜଣ ଶିଶୁପୁତ୍ର ଥିବାବେଳେ ଅନ୍ୟମାନେ ଶିଶୁ କନ୍ୟା। ରାଜ୍ୟ ସରକାରଙ୍କର ଭଲ ନିଷ୍ପତ୍ତି ଯୋଗୁଁ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କରୋନା ସଂକ୍ରମିତ ପ୍ରସୂତୀମାନେ ଏବେ ଉପଯୁକ୍ତ ଚିକିତ୍ସା ପରେ କରୋନା ସଂକ୍ରମଣରୁ ମୁକ୍ତ ବା ସୁସ୍ଥ ହୋଇସାରିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ ଯୋଗେ ସଂକ୍ରମିତ ମାଆମାନଙ୍କଠାରୁ ସଂକ୍ରମଣ ମୁକ୍ତ ସୁସ୍ଥ ଶିଶୁ ସନ୍ତାନ ଜନ୍ମ ଗ୍ରହଣ କରିଥିବା ନେଇ ଟ୍ବିଟ୍ କରିଛନ୍ତି। ଚିକିତ୍ସା ବିଜ୍ଞାନର ସଫଳ ଉପଯୋଗ ଓ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା କାରଣରୁ ନବଜାତକମାନେ ସଂକ୍ରମଣକୁ ପରାସ୍ତ କରିଥିବା ଜଣାଯାଇଛି।