PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୨ ବର୍ଷ ମଧ୍ୟରେ ପୂରା ଦେଶରେ ୫ଜି ସେବା ଉପଲବ୍ଧ କରାଇବା ସରକାରଙ୍କ ଲକ୍ଷ୍ୟ: IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ ୨୫/ ୦୯: ଭାରତରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୫ଜି ସେବା ଉପଲବ୍ଧ ହେବ । କେନ୍ଦ୍ରୀୟ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଦେଶର ଯଥାସମ୍ଭବ ୫-ଜି ସେବା ଯୋଗାଇବାକୁ ସରକାର ତତ୍ପର ଅଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏହି ସେବା ଆରମ୍ଭ କରାଯିବ’।

ପୂର୍ବରୁ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ଅକ୍ଟୋବର ସୁଦ୍ଧା ଦେଶରେ ୫-ଜି ସେବା ଆରମ୍ଭ କରାଯିବ । ଏଥିପାଇଁ ପ୍ରସ୍ତୁତି ଜାରିରହିଛି । ଗତ ଅଗଷ୍ଟ ମାସରେ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକୁ ସ୍ପେକ୍ଟ୍ରମ୍‌ ଆବଣ୍ଟନ ପତ୍ର ଜାରି କରିଥିଲେ କେନ୍ଦ୍ର ସରକାର । ତତ୍‌ ସହିତ ସେମାନଙ୍କୁ ୫-ଜି ସେବା ରୋଲଆଉଟ କରିବା ପାଇଁ ମଧ୍ୟ କହିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଥିବାରୁ ଭାରତରେ ୫ଜି ସେବା ଆରମ୍ଭ କରିବାର ଅନ୍ତିମ ଚରଣରେ ପହଞ୍ଚିଯାଇଛି ଦେଶ ।

ସ୍ପେକ୍ଟ୍ରମ୍‌ ଆବଣ୍ଟନ ବେଳେ ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ସବୁଠୁ ଆଗରେ ରହିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଚଳିତ ବର୍ଷ ଦିଓ୍ବାଲୀ ସୁଦ୍ଧା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ହାଇସ୍ପିଡ୍‌ ୫ଜି ସେବାର ଶୁଭାରମ୍ଭ କରାଯିବ । ଏହା ବାଦ୍‌ ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତ୍ୟେକ ସହର ଏବଂ ତହସିଲ ଅଞ୍ଚଳରେ ୫ଜି ନେଟଓ୍ବର୍କ ବିସ୍ତାର କରାଯିବା ନେଇ କମ୍ପାନୀ ଘୋଷଣା କରିଥିଲା ।

ସ୍ପେକ୍ଟ୍ରମ୍‌ ଆବଣ୍ଟନରେ ଦେଶର ଟି ପ୍ରମୁଖ କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ରିଲାଏନ୍ସ ଜିଓ, ଆଦାନୀ ଗ୍ରୁପ୍, ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ କମ୍ପାନୀ ଦେଶରେ ୫ଜି ସେବା ଯୋଗାଇବେ । ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍‌ ନିଲାମୀ ପ୍ରକ୍ରିୟାରେ ଦୂରସଞ୍ଚାର ବିଭାଗକୁ ମୋଟ ୧.୫୦ ଲକ୍ଷ କୋଟି ଟଙ୍କାର ବୋଲି ମିଳିଥିଲା । କିନ୍ତୁ ନିଲାମୀ ଆରମ୍ଭରୁ ମୋଟ ରାଜସ୍ବ ୮୦ରୁ ୯୦ ହଜାର କୋଟି ଟଙ୍କା ରଖାଯିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ନିଲାମୀ ଡକାଯିବା ବେଳେ ତାହା ଆହୁରି ବୃଦ୍ଧି ପାଇଥିଲା ।

ସୂଚନାଥାଉକି, ୫ଜି ସେବା ୪ଜି ତୁଳନାରେ ପ୍ରାୟ ୧୦ ଗୁଣା ଅଧିକ ସ୍ପିଡ୍‌ରେ ଚାଲିବ । ଏହି ସେବା ଆରମ୍ଭ ହେଲେ ନିଯୁକ୍ତି ସୃଷ୍ଟି ହେବା ସହିତ ବିଭିନ୍ନ ସେକ୍ଟରରେ କାମ କରିବା ସହଜସାଧ୍ୟ ହେବ । ଯେପରିକି ଖଣି ଖନନ, ଓ୍ବୟାରହାଉସିଂ, ଟେଲିମେଡିସିନ୍, ମାନ୍ୟୁଫାକଚରିଂ ଭଳି କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ ।

ସମ୍ବନ୍ଧିତ ଖବର