ନୂଆଦିଲ୍ଲୀ,୦୮/୧୧; ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଆରମ୍ଭ ହୋଇଛି । ଗାବାରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଘରୋଇ ଦଳ । ଚୂଡାନ୍ତ ଏକାଦସରେ ଗୋଟିଏ ପରିବର୍ତ୍ତନ କରିଛି ଭାରତ । ଶେଷ ମ୍ୟାଚରେ ମିଡିଲ ଅର୍ଡର ବ୍ୟାଟପ ରିଙ୍କୁ ସିଂହଙ୍କୁ ସୁଯୋଗ ଦେଇଛି । ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତେଣୁ ଭ୍ରମଣକାରୀ ଦଳ ବିଜୟ ଜାରି ରଖି ସିରିଜ କବ୍ଜା କରିବାକୁ ପ୍ରୟାସ କରିବ । ଅଷ୍ଟ୍ରେଲିଆ ସିରିଜ ବରାବର ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
Presenting #TeamIndia's Playing XI for the 5⃣th and final T20I 👌
— BCCI (@BCCI) November 8, 2025
Updates ▶️ https://t.co/V6p4wdCkz1#AUSvIND pic.twitter.com/TA0XjD5Rxf
ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହେବା ପରେ ଭାରତୀୟ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟି ମ୍ୟାଚ୍ ଜିତି ସିରିଜ ଅଗ୍ରଣୀ ହାସଲ କରିଛି । ଚତୁର୍ଥ ମୁକାବିଲାରେ ଭାରତ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦମ୍ଦାର ବିଜୟ ହାସଲ କରିଥିଲା । ଭାରତୀୟ ସ୍ପିନରଙ୍କ ମୁକାବିଲା କରିବାରେ ଘରୋଇ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଅବଶ୍ୟ ବ୍ରିସବେନ୍ ପିଚ୍ରେ ସ୍ପିନରଙ୍କ ପାଇଁ ସେଭଳି ସହାୟତା ମିଳିବ ନାହିଁ । ତଥାପି ଭାରତୀୟ ସ୍ପିନରମାନେ ଘରୋଇ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପ୍ରସ୍ତୁତ । ଅଷ୍ଟ୍ରେଲିଆ ପୂର୍ବ ସଫଳତାକୁ ଦୋହରାଇବାକୁ ପ୍ରୟାସ କରିବ । ପୂର୍ବରୁ ୨୦୧୮ରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍ରେ ଭାରତକୁ ୪ ରନ୍ରେ ହରାଇଥିଲା ।
ଭାରତୀୟ ଚୂଡାନ୍ତ ଏକାଦଶ- ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଜିତେଶ ଶର୍ମା, ଶିବମ ଦୁବେ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ- ମାଥ୍ୟୁ ସର୍ଟ, ମିଚେଲ ମାର୍ଶ (ଅଧିନାୟକ), ଜୋସ ଇଂଲିଶ, ଟିମ ଡେଭିଡ୍, ଗ୍ଲେନ ମ୍ୟାକ୍ସୱେଲ୍, ମିଚେଲ ଓଏନ, ମାର୍କସ ଷ୍ଟଇନିସ, ଜାଭିୟର ବାର୍ଟଲେଟ୍, ବେନ ଡାର୍ସିୟସ, ନାଥାନ ଏଲିସ, ଆଡାମ ଜାମ୍ପା ।