PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

‘ସୋଆ’ରେ ଉଦ୍‌ଘାଟିତ ହେଲା ‘୫ମ ଲିଗାଲ୍‌ ସ୍ପେକ୍‌ଟ୍ରା’: ଆଇନ୍‌ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେଉ

ଭୁବନେଶ୍ୱର,୩୦ ।୧(ବ୍ୟୁରୋ): ଆମେ ଏକ ଗଣତାନ୍ତ୍ରିକ ଦେଶର ବାସିନ୍ଦା । ତେଣୁ ଆମର ଆଇନ୍‌ କାନୁନ୍‌ ବିଷୟରେ ଧାରଣା ରହିବା ଦରକାର । ଆଇନ୍‌ ନଜାଣିଲେ, ଆମେ ଅନେକ ଅସୁବିଧାରେ ପଡ଼ିବା । ତେଣୁ ଆମକୁ ଆଇନ୍‌ ଜାଣିବା ସହ ଏହାକୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଜରୁରୀ । ଏପରିକି ଆଇନ୍‌ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେବା ଦରକାର ବୋଲି ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍‌ ଜେ ପି ଦାସ କହିଛନ୍ତି । ସେ କହିଛନ୍ତି ଯେ ସମାଜ ଆଇନ୍‌ ଛାତ୍ରଛାତ୍ରୀଙ୍କଠାରୁ ଅନେକ କିଛି ଆଶା ରଖିଛି । ସେସବୁ ପୂରଣ କରିବା ଆମର ଦାୟିତ୍ୱ ।
୫ମ ଅଲ୍‌ ଇଣ୍ଡିଆ ଲ’ ସ୍କୁଲ ମିଟ୍‌ ‘ଲିଗାଲ୍‌ ସ୍ପେକ୍‌ଟ୍ରା’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ଦାସ ଆହୁରୀ କହିଛନ୍ତି ଯେ, ଆଇନ୍‌ ଶିକ୍ଷା ଆଉ ଆଇନ୍‌କୁ ଜୀବିକା କରିବା ଅଲଗା ଅଲଗା କଥା । ଆଇନଜୀବୀ ଭାବେ କାମ କରିବା ବେଳେ ଆମର ଅଭିଜ୍ଞତା ବଢ଼ିବା ପରେ ନିଜ ଜ୍ଞାନରେ ପରିବର୍ତ୍ତନ ବି ଆସିଥାଏ । ପାଠ ପଢ଼ିବା ବେଳେ ଆଇପିସି ଆମେ ପଢ଼ିଥାଉ । ହେଲେ ଏହାକୁ ବିଚାରପତିଙ୍କ ଆଗରେ କିଭଳି ଉପସ୍ଥାପିତ କରାଯିବ ତାହା ବେଶ୍‌ ଗୁରୁତ୍ୱ ରଖେ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଡି ପି ଚୌଧୁରୀ କହିଛନ୍ତି, ଆଇନ୍‌କୁ ସମାଜର ନିମ୍ନସ୍ତରର ଲୋକଙ୍କ ପାଖରେ ପହଞ୍ଚାଇ ପାରିଲେ ଯାଇ ଆମେ ଭଲ ଓକିଲ ବା ଆଇନଜୀବୀ ହୋଇପାରିବା । ଭଲ ଆଇନ୍‌ଜୀବୀ ହେବାକୁ ଆମକୁ ଆଇନ୍‌ ଜ୍ଞାନ, ଦକ୍ଷତା ସହ ସକାରାତ୍ମକ ହେବା ଦରକାର । ମାନବିକତାର ସୁରକ୍ଷା ହେଉଛି ଆଇନ୍‌ । ସବୁବେଳେ ଆମକୁ ଆମର କ୍ଲାଏଣ୍ଟ (ମହକିଲ୍‌)ର ସୁରକ୍ଷା ଓ ଲାଭକଥା ଚିନ୍ତା କରିବା ଦରକାର । କିନ୍ତୁ ଏ ସବୁ ପାଇଁ ଆମକୁ କେବେ ବି ଲକ୍ଷ୍ମଣରେଖା ଅତିକ୍ରମ କରିବା ଠିକ୍‌ ନୁହେଁ ।
ଅନ୍ୟତମ ଅତିଥି ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ସି ପରିଜା କହିଲେ, ଆଇନ୍‌ ଜାଣିବା ସହ କୋର୍ଟରେ ଯୁକ୍ତି ଉପସ୍ଥାପନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ କେଉଁଭଳି ସ୍ଥିତିରେ କେମିତି ଯୁକ୍ତି ଉପସ୍ଥାପନ କରାଯାଏ । ଏହା ଉପରେ ମଧ୍ୟ ଜାଣିବା ଦରକାର । କର୍ପୋରେଟ୍‌ ସଂସ୍ଥାରେ କ୍ୟାରିଆର କରୁଥିବା ଛାତ୍ରଛାତ୍ରୀମାନେ ଅଧିକ ଦରମା ପାଇପାରନ୍ତି । ଏଥିରେ କିନ୍ତୁ ସନ୍ତୋଷ ମିଳିବନି । ତେବେ ଆଇନ୍‌ ପ୍ରାକ୍ଟିସ କରିବାରେ ଏହି ସନ୍ତୋଷ ମିଳିଥାଏ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ ଡିିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଭାରପ୍ରାପ୍ତ କୁଳପତି ପ୍ରଫେସର ପି କେ ନନ୍ଦ କହିଛନ୍ତି, ଛାତ୍ରଛାତ୍ରୀମାନେ ଯେକୌଣସି ଶିକ୍ଷା ଗ୍ରହଣ କରନ୍ତୁ ନା କାହିଁକି? ଏଥିପାଇଁ ନିଷ୍ଠା ଓ ଲକ୍ଷ୍ୟ ରହିବା ଦରକାର । ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ କୁଳପତି କହିଲେ, ସୋଆରେ ଆଜି ଟେକ୍ନିକାଲ ଠାରୁ ଆରମ୍ଭ କରି ମେଡିକାଲ ସାଇନ୍ସ ଆଉ ଏଗ୍ରିକଲଚର ଆଉ ଆଇନ୍‌ ସବୁ ବିଭାଗର ଶିକ୍ଷା ଦିଆଯାଉଛି ।
ସୋଆ ଲ’ କଲେଜର ଡିନ୍‌ ପ୍ରଫେସର ପ୍ରବୀର ପଟ୍ଟନାୟକ ଓ ପ୍ରଫେସର ଜୟଦୀପ ପତି ଲ’ କଲେଜ ଓ ଲିଗାଲ୍‌ ସ୍ପେକ୍‌ଟ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଏ ବର୍ଷ ଲିଗାଲ ସ୍ପେକ୍‌ଟ୍ରାରେ ସର୍ବାଧିକ ୧୧୨ ଜଣ ପ୍ରତିନିଧି ସାମିଲ ହୋଇଛନ୍ତି । ରାଜ୍ୟର ଲ’ ବ୍ୟତୀତ ବାହାର ରାଜ୍ୟର ଲ’ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଲିଗାଲ ସ୍ପେକ୍‌ଟ୍ରାରେ ମୁଟ୍‌କୋର୍ଟ, ଟ୍ରାଏଲ ଆଡ୍‌ଭୋକେସି, ଲିଗାଲ ଡ୍ରାଫ୍ଟିଂ, ପାର୍ଲାମେଣ୍ଟାରୀ ଡିବେଟ, କ୍ୱିଜ୍‌, ସଂଗୀତ, ନାଚ ଓ ଫଟୋଗ୍ରାଫି ପ୍ରତିଯୋଗିତା ହେବ ।

ସମ୍ବନ୍ଧିତ ଖବର