ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବୁଧବାର ୫ଟି ନିୟମ ମାନି ଗଣେଶଙ୍କୁ ପୂଜା କଲେ ମିଳିବ ଶୁଭ ଫଳ

ଭୁବନେଶ୍ୱର,୨୩/୧: ପ୍ରତ୍ୟେକ ବୁଧବାର ଦିନ ଶ୍ରୀ ଗଣେଶଙ୍କ ଆରାଧନା ବା ପୂଜାର୍ଚ୍ଚନା କଲେ ଅନେକ ଶୁଭ ଫଳ ମିଳିଥାଏ । ଏମିତି କି ବୁଧ ଗ୍ରହକୁ ଶାନ୍ତି କରିବା ପାଇଁ ମଧ୍ୟ କେହି କେହି ଘରେ ପୂଜାର୍ଚ୍ଚନା କରିଥାନ୍ତି । ବୁଧବାର ଦିନ ଯଦି ଏହି ପାଂଚ ପ୍ରକାର ନିୟମକୁ ମାନି ଘରେ ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କ ଘରେ ବି ଖୁସିର ଛାୟା ଖେଳିଯିବ । କେବଳ ସେତିକି ନୁହେଁ, ବରଂ ବ୍ୟକ୍ତିର ସୁଖ ଆଉ ସୋଭାଗ୍ୟ ବଢ଼ିବା ସହିତ ସବୁ ବିପଦ କଟିଯାଇଥାଏ । ତେବେ ଆସନ୍ତ୍ୁ ଜାଣିବା ଏହି ୫ଟି ନିୟମ ବିଷୟରେ:
ପ୍ରଥମ ନିୟମ: ସର୍ବପ୍ରଥମେ ପ୍ରାତଃ ସମୟରେ ଗାଧୋଇବା ପରେ ଗଣେଶ ମୂର୍ତି କିମ୍ବା ଗଣେଶଙ୍କ ଧାତୁ ମୂର୍ତିକୁ ମାଟି ଏବଂ ଲେମ୍ବୁରେ ଭଲ ଭାବେ ଧୋଇ ଏକ ଲାଲି କପଡ଼ା (ସାଲୁ କନା) ଉପରେ ପୂଜା ସ୍ଥାନରେ ରଖନ୍ତୁ । ଧ୍ୟାନ ଦେବେ ଯେପରି ମୂର୍ତିକୁ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ରହିବ ।
ଦ୍ୱିତୀୟ ନିୟମ: ମୂର୍ତି ସମ୍ମୁଖରେ ଏକ ଶୁଦ୍ଧ ଆସନ ପକେଇ ସେଥିରେ ବସିବେ । ପରେ ଗଣେଶ ଠାକୁରଙ୍କୁ ଧ୍ୟାନ କରିବା ସହିତ ଠାକୁରଙ୍କୁ ଫୁଲ, ଧୂପ, ଦୀପ, କର୍ପୂର, ରୋଲି, ସିନ୍ଦୁର ଓ ଚନ୍ଦନ ଲଗାଇବେ । ଏହା ସହିତ ଏକ ଥାଳିରେ ସମସ୍ତ ସାମଗ୍ରୀ ରଖିବା ସହିତ ଲଡ଼ୁ ରଖି ଠାକୁରଙ୍କୁ ସମର୍ପିତ କରିବେ ।
ତୃତୀୟ ନିୟମ: ଗଣେଶ ଠାକୁରଙ୍କ ପାଖରେ ତୁଳସୀ ପତ୍ର ଚଢ଼ା ଯାଏ ନାହିଁ । ଏହା ବଦଳରେ ନାଲି ରଙ୍ଗର ଫୁଲ, ପାନ ପତ୍ର ଅର୍ପଣ କରାଯାଇଥାଏ । ଆରତି କରିବା ପରେ ପଂଚାମୃତ ଅର୍ପଣ କରାଯାଇଥାଏ ।
ଚତୁର୍ଥ ନିୟମ: ଧ୍ୟାନ ରଖିବେ ଗଣେଶ ଠାକୁରଙ୍କୁ ପୂଜା କରିବା ସମୟରେ ଯେମିତି ମନରେ କୋ÷ଣସି ପ୍ରକାର ରାଗ, କ୍ରୋଧ ରହିବ ନାହିଁ । ପଂଚମ ନିୟମ: ଶେଷରେ ଗଣେଶ ଠାକୁରଙ୍କୁ ସ୍ମରଣ କରି ଓଁ ଗଂ ଗଣପତୟେ ନମଃ ମନ୍ତ୍ର ୧୦୮ଥର ଜପିବେ । ପ୍ରତ୍ୟେକ ବୁଧବାର ଏହି ପାଂଚ ନିୟମ ମାନି ପୂଜାର୍ଚ୍ଚନା କରିଲେ ପ୍ରତ୍ୟେକ ବ୍ୟକ୍ତିକୁ ଶୁଭ ଫଳ ମିଳିବା ସହିତ ସମୃଦ୍ଧି ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.