PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଏଜବାଷ୍ଟନ ଟେଷ୍ଟରେ ଚମକିଲା ଟିମ୍‌ ଇଣ୍ଡିଆ ବୋଲର, ୧୩୨ ରନରେ ଆଗୁଆ ଭାରତ

pic- internet

ନୂଆଦିଲ୍ଲୀ: ଏଜବାଷ୍ଟନ ଟେଷ୍ଟରେ ଚମକିଲେ ଭାରତୀୟ ବୋଲର। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ମାତ୍ର ୨୮୪ ରନରେ ଅଲଆଉଟ୍  ହୋଇଛି। ତେବେ ପ୍ରଥମ ଇନିଂସ ଟିମ୍‌ ଇଣ୍ଡିଆ  ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ  ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ ସଫଳତା ପାଇଥିବା ବେଳେ ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ  ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି।

ରବିବାର ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ୮୪/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି  ଅପରାଜିତ ଥିଲେ। ପ୍ରଥମ ସେସନରେ ଦ୍ରୁତ ବ୍ୟାଟିଂ କରିଥିଲେ ବେୟାରଷ୍ଟୋ। ସେ ଅଧିନାୟକ ବେନ ଷ୍ଟୋନଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡିଥିଲେ। ବେନ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ।

ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ସିରିଜର ଫର୍ମକୁ ଜାରି ରଖି ୧୧ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଶାମି ବେୟାରଷ୍ଟୋଙ୍କୁ ଆଉଟ୍ କରି ଭାରତକୁ ସପ୍ତମ ସଫଳତା ଦେଇଥିଲେ। ସେ ୧୪୦ ବଲରୁ ୧୪ ଚୌକା ଏବଂ ୨ ଛକା ସହ ୧୦୬ ରନ କରିଥିଲେ। ଶେଷ ଆଡକୁ ସାମ ବିଲିଙ୍ଗ୍ସ  ୩୬ ରନ କରିଥିଲେ। ମାଟି ପୋଟ୍ସ ୧୯ ଏବଂ ବ୍ରୋଡ ୧ ରନ କରି ଆଉଟ୍ ହୋଇଥିଲେ। ତିନି ଜଣଙ୍କୁ ମହମ୍ମଦ ସିରାଜ ପାଭିଲିୟନ ପଠାଇଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଛି।

ସମ୍ବନ୍ଧିତ ଖବର