PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

୫୦୦୦ ବର୍ଷ ତଳର କବରସ୍ଥଳୀ ଆବିଷ୍କୃତ

ରାଜକୋଟ,୧୨ ।୩(ଏଜେନ୍ସି): ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତଗର୍ତ ଢୋଲାବିରା ଠାରୁ ୩୬୦ କିମି ଦୂରରେ ଥିବା ଗୋଟିଏ ସା୍ଥନରୁ ପ୍ରାୟ ୫୦୦୦ ବର୍ଷ ତଳର ଏକ ବିରାଟ କବରସଳ୍ଥୀ ଆବିଷ୍କାର କରାଯାଇଛି । ଏହା ହରପ୍ପା ସଭ୍ୟତା ସମୟର ବୋଲି କୁହାଯାଇଛି । ପତ୍ରତ୍ନତ୍ତବ୍ୱତି୍‌ମାନେ ପ୍ରାୟ ଦୁଇ ମାସ ଧରି ଲଖପତ ତାଲୁକ୍‌ ଅନ୍ତଗର୍ତ ଖଟିଆ ଗ୍ରାମ ନକିଟରେ ଖୋଳାଖୋଳି କଲା ପରେ ଏହି କବରସଳ୍ଥୀର ସନ୍ଧାନ କରିଛନ୍ତି ।
କଚ୍ଛ ବଶିବ୍ୱଦ୍ୟିାଳୟ ଏବଂ କେରଳ ବଶିବ୍ୱଦ୍ୟିାଳୟର ପତ୍ରତ୍ନତ୍ତବ୍ୱତି୍‌ମାନେ ଏହି ଆବିଷ୍କାର କରିଛନ୍ତି । ଏକ ଆୟତ୍ତାକାର କ୍ଷେତ୍ରରେ ନିର୍ମାଣ କରାଯାଇଥିବା ଏହି କବର ସ୍ଥଳୀରେ ମୋଟ ୨୫୦ଟି କବର ରହିଛି । ଏପର୍ଯ୍ୟନ୍ତ ସେଥିମଧ୍ୟରୁ ୨୬ଟି କବର ଖୋଳା ଯାଇ ସେଥିରୁ ମନୁଷ୍ୟ କଙ୍କାଳ ବାହାର କରାଯାଇଛି । ଆୟତ୍ତାକାର କ୍ଷେତ୍ରରେ କବର ସ୍ଥଳୀ ନିର୍ମାଣ କରାଯିବା ବି ଖୁବ୍‌ ବିରଳ ଘଟଣା । କାରଣ ପୂର୍ବରୁ କେବଳ ବୃର୍ତ୍ତାକାର କିମ୍ବା ଅର୍ଦ୍ଧ-ବୃତ୍ତାକାର କ୍ଷେତ୍ରରେ ନିର୍ମିତ କବରସ୍ଥଳୀ ଆବିଷ୍କାର କରାଯାଇଥିଲା । ତେଣୁ ଆୟତ୍ତାକାର କ୍ଷେତ୍ରରେ କବରସ୍ଥଳୀ ନିର୍ମାଣ କରାଯିବାର କାରଣ କ’ଣ ତାହାର ଏବେ ଅନୁସନ୍ଧାନ କରାଯାଉଛି । ଏଠାରୁ ଗୋଟିଏ ୬ ଫୁଟ ଲମ୍ବର ମାନବ କଙ୍କାଳ ଉଦ୍ଧାର କରାଯାଇଛି । ଏହା ୫୦୦୦ ବର୍ଷ ପୁରୁଣା ବୋଲି ପରୀକ୍ଷାରୁ ଜଣାପଡିଛି । ଏଠାରେ ମିଳିଥିବା ସବୁଠାରୁ ବଡ଼ କବରର ଲମ୍ବା ୬.୯ ମିଟର ହୋଇଥିଲାବେଳେ ସବୁଠାରୁ ଛୋଟ କବରର ଲମ୍ବା ୧.୨ ମିଟର । ମୃତଦେହଗୁଡିକର ମୁଣ୍ଡ ପୂର୍ବ ଦିଗ ଆଡକୁ ରଖାଯାଇଥିଲାବେଳେ ପାଦ ପଶ୍ଚିମ ଦିଗ ପଟକୁ ରଖାଯାଇଛି । ଏଠାରେ ଉଭୟ ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାମାନଙ୍କୁ ବି କବର ଦିଆଯାଇଛି । ମନୁଷ୍ୟ ବ୍ୟତୀତ କିଛି ପଶୁଙ୍କର ଦେହାବଶେଷ ଏବଂ ସେତେବେଳେ ମଣିଷ ଦ୍ୱାରା ବ୍ୟବହାର କରାଯାଉଥିବା କିଛି ସାମଗ୍ରୀର ଅଂଶ ବି ଏଠାରୁ ଉଦ୍ଧାର କରାଯାଇଛି । ଏସବୁ ପ୍ରମାଣରୁ ୫,୦୦୦ ବର୍ଷ ତଳେ ଉକ୍ତ ଅଞ୍ଚଳରେ ମାନବ ସଭ୍ୟତା ତିଷ୍ଠି ଥିବାର ସ୍ପଷ୍ଟ ହେଉଛି । ଏଠାରୁ ମିଳିଥିବା କଙ୍କାଳ ଏବଂ ଅନ୍ୟ ସାମଗ୍ରୀଗୁଡିକ ଉପରେ ଅଧିକ ପରୀକ୍ଷାନିରୀକ୍ଷା ପରେ ଏସମ୍ପର୍କରେ କିଛି ଅଧିକ ତଥ୍ୟ ମିଳିପାରିବ ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି ।

ସମ୍ବନ୍ଧିତ ଖବର