ସୋଏବ ଅଖତରଙ୍କ ପତ୍ନୀଙ୍କ ବିଷୟରେ ଆପଣ ଜାଣିଛନ୍ତି କି? ସେ ଜଣେ…

କ୍ରିକେଟ ଦୁନିଆରେ ସମସ୍ତଙ୍କଠୁ ଆଗରେ ଯଦି ବୋଲିଂ ବିଷୟରେ କଥା ପଡ଼େ ତାହାଲେ ପାକିସ୍ତାନର ସୋଏବ ଅଖତରଙ୍କ ନାଁ ଲିଷ୍ଟରେ ପ୍ରଥମେ ଆସେ। ଦର୍ଶକ ମଧ୍ୟ ତାଙ୍କ ବୋଲିଂ ବହୁତ ପସନ୍ଦ କରନ୍ତି। କିନ୍ତୁ ଆପଣମାନେ କେବେ ସୋଏବ ଅଖତରଙ୍କ ପତ୍ନୀ ରୁବାବ ଅଖତର ସମ୍ପର୍କରେ ଶୁଣିଛନ୍ତି କି? ତେବେ ଆଜି ଆମେ ରୁବାବ ଅଖତରଙ୍କ ଜୀବନ ସହିତ ଯୋଡି ହୋଇ ରହିଥିବା କିଛି ରୋଚକ କଥାକୁ କହିବାକୁ ଯାଉଛୁ।
୧. ସୋଏବ ଅଖତରଙ୍କ ପତ୍ନୀଙ୍କ ପୁରା ନାଁ ହେଉଛି ରୁବାବ ଖାନ୍।

୨. ରୁବାବ ପାକିସ୍ତାନର ଖବର ପଖ୍ତୁନଖବା ସ୍ଥିତ ହରିପୁରଠାରେ ବସବାସ କରନ୍ତି।

୩. ସୋଏବ ଅଖତରଙ୍କ ବିବାହ ସମୟରେ ରୁବାବଙ୍କ ବୟସ ହୋଇଥିଲା ମାତ୍ର ୧୭ବର୍ଷ ଆଉ ସୋଏବଙ୍କ ବୟସ ଥିଲା ୨୦ବର୍ଷ।

୪. ସୋଏବ ଅଖତରଙ୍କ ପତ୍ନୀ ରୁବାବ ପାକିସ୍ତାନର ଜଣେ ବିଜନେସମ୍ୟାନଙ୍କ ଝିଅ। ରୁବାବଙ୍କର ୩ଜଣ ବଡ଼ ଭାଇ ଏବଂ ଛୋଟ ଭଉଣୀ ଅଛି।