PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଅରୁଣାଚଳ, ଆସାମରେ ଭୂମିକମ୍ପ; ରିକ୍ଟର ସ୍କେଲ ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ୍‌

ଗୌହାଟି,୧୯ା୭(ଏଜେନ୍ସି): ଅରୁଣାଚଳ ପ୍ରଦେଶ, ଆସାମ ସମେତ କେତେକ ଉତ୍ତର-ପୂର୍ବ ରାଜ୍ୟରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ୩୦ ମିନିଟ୍‌ ମଧ୍ୟରେ ଲଗାତର ୩ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ଅପରାହ୍ନ ୨ଟା ୫୨ରେ ଲୋକେ ପ୍ରଥମ ଭୂମିକମ୍ପକୁ ଅନୁଭବ କରିଥିଲେ । ରିକ୍ଟର ସ୍କେଲ ଅନୁଯାୟୀ ଏହାର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ୍‌ ଥିଲା । ପରେ ୩ ଟା ୪ ମିନିଟ୍‌ରେ ଏବଂ ୩ ଟା ୨୧ ମିନିଟ୍‌ରେ ଯଥାକ୍ରମେ ୩.୮ ମ୍ୟାଗ୍ନିଚ୍ୟୁଡ୍‌ ଏବଂ ୪.୯ ମ୍ୟାଗ୍ନିଚ୍ୟୁଡ୍‌ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଅରୁଣାଚଳପ୍ରଦେଶର କାମେଙ୍ଗ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଆସାମରେ ଅନେକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ବନ୍ୟା ଆଶ୍ରୟସ୍ଥଳୀରେ ବାସ କରୁଥିବା ଲୋକମାନେ ଭୂମିକମ୍ପକୁ ଯୋଗୁ ଆଶ୍ରୟସ୍ଥଳୀ ବାହାରକୁ ଚାଲିଆସିଥିବା ଜଣାପଡ଼ିଛି ।