ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଟ୍ରକକୁ ପିଟିଲା ବୋଲେରୋ, ୬ ଆହତ

ଦେବଗଡ, ୯।୮  ଦେବଗଡ ଜିଲ୍ଲା ଦେଇ ଯାଇଥିବା ରାଞ୍ଚି- ବିଜୟୱାଡା ରାସ୍ତା ର କୁଶପଙ୍ଗା ନିକଟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ୬  ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ପାଞ୍ଚ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ହେଲେ ବୋଲେରୋ  ମାଲିକ । ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରିଆମାଳ ବ୍ଲକ ନୂଆଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହ୍ଲାରବାହାଳ ଗ୍ରାମର ମୁରଲୀ ପାତ୍ର  ତାଙ୍କ  ଶାଶୁ ପଦ୍ମା ନାଏକଙ୍କ ମୃତ୍ୟୁ ଖବର ପାଇଥିଲେ। ସେଥିପାଇଁ  ମୁରଲୀଙ୍କ ପରିବାର ଲୋକେ ଏକ ବୋଲେରୋ ଯୋଗେ ବାରକୋଟ ବ୍ଲକ ଅନ୍ତର୍ଗତ ଚକୁଳିଆ ଗ୍ରାମକୁ ଯାଉଥିଲେ। ରାଞ୍ଚି- ବିଜୟୱାଡା ରାସ୍ତା ର କୁଶପଙ୍ଗା ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପାର କରିବା ସମୟରେ ସାମନାରୁ ଅନ୍ୟ ଏକ ଗାଡ଼ି ଚାଲି ଆସିଥିଲା । ଫଳରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକ ପଛରେ ବୋଲେରୋଟି ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ବୋଲେରୋ ମାଲିକ ସ୍ବପ୍ନେଶ୍ବର ପ୍ରଧାନଙ୍କ ସହ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ମୁରଲୀ ପାତ୍ର, ତାଙ୍କ ସ୍ତ୍ରୀ ମୋହିନୀ ପାତ୍ର, ମୁରଲୀଙ୍କ ଭାଇ ଦର୍ଶନୀଆ ପାତ୍ର, ଭାଇ ବୋହୁ ସୌଦାମିନୀ ପାତ୍ର ଓ ବୋହୁ ଭାନୁମତୀ ପାତ୍ର। ଦୁର୍ଘଟଣାରେ ସମସ୍ତ ଆହତ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି ।  ଗାଡ଼ି ରେ ଥିବା ଅନ୍ୟ ଜଣେ ଶିଶୁ ଅଳ୍ପକେ ରକ୍ଷା ପାଇଯାଇଛି। ଦୁର୍ଘଟଣା ପରେ ସମସ୍ତ ଆହତମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.