ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୪୪ କିଲୋ ଗଞ୍ଜେଇ ଜବତ, ୬ ଗିରଫ

Published By : Suraj Kumar | July 1, 2025 4:04 PM

ଫୁଲବାଣୀ,୧/୭ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୪ କେଜି ଗଂଜେଇ ଜବତ କରା ଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଗଂଜେଇ ଚାଲାଣରେ ବ୍ୟବହାର ହୋଇଥିବା କାର, ସ୍କୁଟି ଏବଂ ବାଇକ ମଧ୍ୟ ଜବତ ହୋଇଛି।

ସୂଚନା ଅନୁଯାୟୀ, ଏକ କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିବା ପରେ ଜି ଉଦୟଗିରି ଥାନା କଳିଙ୍ଗା ଘାଟିରେ ଅବକାରୀ ଅଧିକାରୀ ଗାଡି ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୭ କେଜି ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ଗୋଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ କାଣାପାଟି ଗ୍ରାମର ଦୁଃଶାସନ ଦିଗାଳ ଓ ରାଜେନ୍ଦ୍ର ଦିଗାଳ, ବେଲପଦର ଅଂଚଳର ସୁଧୀର ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି କଳିଙ୍ଗା ଛକରେ ଏକ ସ୍କୁଟିରୁ ୧୦ କେଜି ଗଂଜେଇ ଜବତ କରାଯାଇ ଗଞ୍ଜାମ ଜିଲ୍ଲା ରମ୍ଭା ଅଂଚଳର ମୁକେଶ ବେହେରାଙ୍କୁ ଗିରଫ କରାଯାଇଛି। ଅନ୍ୟ ଏକ ଘଟଣାରେ ସାରଙ୍ଗଗଡ଼ ଥାନା ବଣ୍ଡଗୁଡା ଛକରେ ଏକ ବାଇକରୁ ୧୭ କେଜି ଗଂଜେଇ ଜବତ କରାଯାଇଛି। ଏହି ଘଟଣାରେ ବଣ୍ଡଗୁଡା ଅଂଚଳର ସୁଦୟ ଦିଗାଳ ଓ ରଞ୍ଜନ ଦିଗାଲଙ୍କୁ ଗିରଫ କରା ଯାଇଥିବା ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀ ସୂଚନା ଦେଇଛନ୍ତି। ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା,  ଏସଆଇ ଭବାନୀ ଶଙ୍କର ସେଠୀ ଓ ସୁମିତ୍ରା ଦଳେଇଙ୍କ ସମେତ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.