ମାଲକାନଗିରି, ୧୮।୬ : ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ ମାରିଥିବା ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ଏମଭି-43 ଗ୍ରାମର ଅଭିଜିତ ଦତ୍ତ, ଶ୍ୟାମଲ ଦେବନାଥ, ପ୍ରେମାନନ୍ଦ ଦତ୍ତ, ଶିଲାନନ୍ଦ ଦତ୍ତ, ପ୍ରସଞ୍ଜିତ ଦତ୍ତ ଓ ଏମଭି-42 ଗ୍ରାମର ଦୟଦେବ ବିଶ୍ବାସ ।
ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ କୁ ନେଇ ଏମଭି-43 ଗାଁ ଲୋକେ ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଥିଲେ । ଯାହାର ପ୍ରତିବାଦ କରି ଆଜି ଜିଲ୍ଲା ଡାକ୍ତର ସଂଘ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ସହ ୪୮ ଘଣ୍ଟା ମଧ୍ୟରେ ଦୋଷି ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାରଙ୍କୁ ଦାବି କରିଥିଲେ । ସିସି ଟିଭି ଫୁଟେଜ ଆଧାରରେ ଛଅ ଜଣ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ ।
ଆହୁରି ପଢନ୍ତୁ : ହିଟଓ୍ବେଭ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି