ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍, ୬ କେ.ଜି ବଜ୍ରକାପ୍ତା କାତି ଜବତ

ଭୁବନେଶ୍ଵର, ୨୫/୦୫ : ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ନୂଆପଡ଼ାରୁ ୬ କେ.ଜି ବଜ୍ରକାପ୍ତା କାତି ଜବତ। ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ। ଗିରଫ ବ୍ୟକ୍ତି ହେଲେ ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝି।

ସୂଚନାନୁଯାୟୀ, ନୂଆପଡା-ପଦ୍ମପୁର ରାସ୍ତା ସାହିପଲା ନିକଟରେ ବଜ୍ରକାପ୍ତା କାତି ଡିଲ୍ ପାଇଁ ଯୋଜନା ହୋଇଥିଲା। ଖବର ପାଇ କ୍ରାଇମ୍‌ବ୍ରାଞ୍ଚ୍ ଏସଟିଏଫ୍ ଚଢାଉ କରି ନୂଆପଡ଼ାରୁ ୬ କେ.ଜି ବଜ୍ରକାପ୍ତା କାତି ଜବତ କରିଛି। ଏହା ସହ ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝି। ଏହି ଡିଲ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ? ସେନେଇ କ୍ରାଇମ୍‌ବ୍ରାଞ୍ଚ୍ ଅଧିକ ତଦନ୍ତ ଚଳାଇଛି। ତେବେ ଗତ ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୩୬ କେ.ଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି STF।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.