- ୨୫ ହଜାର ଭୋଲ୍ଟ ସଂସ୍ପର୍ଶରେ ଆସି ଜଳିଗଲେ
- ଅନୁମତି ଦିଆ ଯାଇନଥିବା ବିଭାଗୀୟ ଅଧିକାରଙ୍କ ସୂଚନା
- ଅନୁମତି ନ ଥାଇ କିଭଳି କାମ ହେଉଥିଲା?
ଧାନବାଦ ୨୯/ ୦୫: ଝାଡଖଣ୍ଡର ଧାନବାଦ୍ରେ ରେଳ ବିଭାଗର ଦାୟିତ୍ବହୀନତା କାରଣରୁ ବଡ ଧରଣର ଦୁର୍ଘଟଣା ଘଟିଛି । ଇଲେକ୍ଟ୍ରିକ୍ ପୋଲ୍ ଲଗାଉଥିବା ବେଳେ ହାଇ ଟେନସନ୍ କେବୁଲ ସମ୍ପର୍କରେ ଆସି ୬ ଜଣ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଗୋମୋ-ଧାନବାଦ ରେଳଖଣ୍ଡର ତେତୁଲମାରୀ ଏବଂ ନିଚୀତପୁର ହଲ୍ଟ ମଝିରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକ ମାନେ ଗାତ ଖୋଳି ଇଲେକ୍ଟ୍ରିକ୍ ପୋଲ୍ ପୋତୁଥିବା ବେଳେ ଉପରେ ଯାଇଥିବା ୨୫ ହଜାର ଭୋଲ୍ଟ ତା'ର ସମ୍ପର୍କରେ ଆସିଥିଲେ । ଯାହା ଫଳରେ ସମସ୍ତ ୬ ଶ୍ରମିକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି ।
{"id":580014,"width":840,"height":623,"sizeSlug":"full","linkDestination":"none"}
୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ରେଳ ବିଭାଗ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଥିଲା । ଡିଆର୍ଏମ୍ କମଲ କିଶୋର ସିହ୍ନାଙ୍କ ସମେତ ଆରପିଏଫ୍ର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବଗୁଡିକୁ ବ୍ୟବଚ୍ଛେଦ ପାଇ ପଠାଯିବା ସହିତ ତଦନ୍ତ ଆରମ୍ଭ କରିଛି ରେଲଓ୍ବେ ପୋଲିସ ।

ମୃତକ ଠିକା ଶ୍ରମିକମାନେ ଆଲ୍ଲାବାଦର ଗଢଓ୍ବା ଓ ପଲାମୁ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଶ୍ରମିକ ମହେନ୍ଦ୍ର ସିଂହ କହିଛନ୍ତି, ଶ୍ରମିକମାନଙ୍କୁ କୌଣସି ପ୍ରକାରର ସୁରକ୍ଷା କିଟ୍ ଦିଆ ଯାଇନଥିଲା । ଗଣମାଧ୍ୟମକୁ ସୂଚନା ଦେଇ ଡିଆର୍ଏମ୍ କମଲ କିଶୋର ସିହ୍ନା କହିଛନ୍ତି, 'ବଡ ଇଲେକ୍ଟ୍ରିକ୍ ପୋଲ୍ଗୁଡିକୁ ଗାତ ଖୋଳାଯାଇ ଛିଡା କରାଯାଉଥିଲା । ଏତିକି ବେଳେ ହାଇ ଟେନସନ୍ କେବୁଲ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ବଡ ପୋଲ୍ ଲଗାଯିବାକୁ ସେମାନଙ୍କୁ ଅନୁମତି ଦିଆଯାଇନଥିଲା । ଛୋଟ ପୋଲ୍ ଲଗାଇବାକୁ କୁହାଯାଇଥିଲା । କିନ୍ତୁ ସେମାନେ ବଡ ପୋଲ୍ ଲଗାଇଥିଲେ । ପାଓ୍ବାର ମଧ୍ୟ କଟାଯାଇ ନଥିଲା । କାରଣ ବଡ ପୋଲ୍ ଲଗାଇବା ବେଳେ ପାଓ୍ବାର କାଟିବା ଅନିବାର୍ଯ୍ୟ । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଛି'।
Read More:
wp:embed {"url":"https://www.prameya.com/csk-need-215-run-to-win-against-gujurat-in-ipl-final/","type":"wp-embed","providerNameSlug":"prameya"}ମୁଖ୍ୟତଃ ରେଲଓ୍ବେ ଟ୍ରାକ୍ ଉପରେ ହାଇ ଟେନସନ୍ ତାର ଯାଇଥାଏ । ଯେଉଁଥିରେ ୨୫ ହଜାର ବୋଲ୍ଟ କରେଣ୍ଟ ସର୍ବଦା ଚାଲୁ ରହିଥାଏ । ତେବେ ରେଲଓ୍ବେ ଲାଇନ୍ କଡରେ ଥିବା ଆଣ୍ଟି କ୍ଲିପ୍ ଓ୍ବାୟର ପାଇଁ ପୋଲ୍ ଲଗାଯାଉଥିବା ବେଳେ ଶ୍ରମିକମାନେ ୨୫ ହଜାର ଭୋଲ୍ଟ କେବୁଲ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ୬ ଜଣ ଶ୍ରମିକ ଜୀବନ୍ତ ଜଳିଯାଇଥିଲେ । ରେଲଓ୍ବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।