ଭୁବନେଶ୍ବର,୩୧।୫ : ଓଡ଼ିଶା ଉପରେ ଟ୍ରାପ୍ ଲାଇନ୍। ଯାହକି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହୋଇଯାଉଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଂଟାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବା ସହ କୁଆ ପଥର ବର୍ଷା ମଧ୍ଯ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରୀ କଲା ପାଣିପାଗ କେନ୍ଦ୍ର । ବିଶେଷ ପ୍ରଭାବିତ ହେବ କନ୍ଧମାଳ ଓ ଗଜପତି ଜିଲ୍ଲା ।

ସେହିପରି ବାଲେଶ୍ବର ,ମୟୂରଭଞ୍ଜ, କେଉଁଝର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ମଧ୍ଯ କାଳବୈଶାଖୀ ପ୍ରକୋପ ରହିବ। ଘଂଟା ପ୍ରତି ପବନର ବେଗ ୫୦-୬୦ କିଲୋମିଟର ଯାଏଁ ରହିବ। ସେହିପରି ମୟୂରଭଞ୍ଜ, କେଉଁଝର ଓ ବାଲେଶ୍ବରରେ କୁଆପଥର ବର୍ଷା ହେବ। ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କରିଛି ଵିଭାଗ। ଜିଲ୍ଳା ଗୁଡ଼ିକ ହେଲା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା। ଆସନ୍ତା ୫ ତାରିଖ ଯାଏଁ କାଳବୈଶାଖୀ ସତର୍କ ସୂଚନା ଦେଇଛି ପାଣିପାଗ ଵିଭାଗ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତୀ ବାୟୁମଣ୍ଡଳର ଉପରି ଭାଗରେ ଯଥେଷ୍ଟ ଜଳୀୟବାଷ୍ପ ନାହିଁ। ତେଣୁ ବିଶେଷ କାଳବୈଶାଖୀ ବର୍ଷା ସଂଭାବନା କମ୍। ଆସନ୍ତା ୭ ତାରିଖ ଯାଏଁ ତାପମାତ୍ରା ୪୦ ଭିତରେ ରହିବ ବୋଲି ଆକଳନ କରିଛନ୍ତି । ସେପଟେ ୨୦ ପୂର୍ବରୁ ମୌସମୀର ଆଗମନ ନାହିଁ ବୋଲି କହିଛନ୍ତି।

ଆହୁରି ପଢନ୍ତୁ :ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ଆଇପିଏସ୍ ଅନନ୍ୟା ଅୱସ୍ତି