PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମାଙ୍କଡା ଖଣିରେ ବେଆଇନ ଖନନ ମାମଲା, ୬ ଅଧିକାରୀ ନିଲମ୍ବିତ

ନୟାଗଡ଼, ୨୫/୦୫ : ରଣପୁର ତହସିଲ ମୟୁରଝଲିଆ ଗାଁ ନିକଟ ମାଙ୍କଡା ଖଣିରେ ବେଆଇନ ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ। ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ୬ ଅଧିକାରୀଙ୍କୁ ନିଲମ୍ଵିତ କରିଛନ୍ତି । ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ନିଲମ୍ଵିତ କରିଛନ୍ତି ।

ଏମାନଙ୍କ ନାମରେ ଚାନ୍ଦପୁର ଥାନାରେ ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା । ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା । ଏନଜିଟି ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା । ରଣପୁର ତହସିଲଦାର ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ମାମଲା ରୁଜୁ କରିଥିଲେ।