PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଅନଲାଇନ୍‌ କ୍ଲାସରେ ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡ଼ିଓ ଭାଇରାଲ୍‌

ନୂଆଦିଳ୍ଲୀ ୧।୬: ଦେଶରେ କରୋନା ସଙ୍କଟ ଯୋଗୁଁ ସ୍କୁଲ କଲେଜ ବନ୍ଦ ଅଛି। ଲମ୍ବା ସମୟ ଧରି ଘର ଭିତରେ ବନ୍ଦୀ ଥିବା ପିଲାମାନେ ସ୍କୁଲଠାରୁ ଦୂରେଇ ଯାଇଛନ୍ତି। ଏମିତିରେ ତାଙ୍କ ପାଠପଢ଼ାରେ ଯେମିତି ବ୍ରେକ୍‌ ନଲାଗୁ ଏଥିପାଇଁ ଅନ୍‌ଲାଇନ୍‌ କ୍ଲାସର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପିଲାମାନେ ଏହି ଅନ୍ଲାଇନ୍‌ କ୍ଲାସ୍‌ ଯୋଗୁଁ ବିରକ୍ତ ହୋଇଯାଉଥିବା ମଧ୍ୟ ନଜର ଆସିଛି।

ଏପରି ଜଣେ ୬ବର୍ଷୀୟା କୁନି ଝିଅର ଏକ ଅଭିଯୋଗ ଭରା ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି। ତେବେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ଭିଡିଓ ମାଧ୍ୟମରେ ଝିଅର ଅଭିଯୋଗ ଶୁଣିଛନ୍ତି। ଜାମ୍ମୁ କାଶ୍ମୀରରେ ରହୁଥିବା ଏହି କୁନି ଝିଅ ଅନଲାଇନ୍ କ୍ଲାସ ଯୋଗୁଁ ଅସନ୍ତୁଷ୍ଟ ଥିବା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଝିଅଟି ହୋମୱାର୍କ ଏବଂ ସ୍କୁଲରୁ ଲମ୍ବା କ୍ଲାସକୁ ନେଇ ବିରକ୍ତ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଜାମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଟ୍ୱିଟରରେ କହିଛନ୍ତି, ‘ବହୁତ ହିଁ ମନମୋହକ ଅଭିଯୋଗ। ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ବୋଝ କମ କରିବାକୁ ସ୍କୁଲ ଶିକ୍ଷା ବିଭାଗକୁ ୪୮ ଘଣ୍ଟା ମଧ୍ୟରେ ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।