ମସୁରୀ – ଉତ୍ତରାଖଣ୍ଡର ମସୁରୀରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ( LBNAA)ରେ ପୂର୍ଣ୍ଣାହୁତି ଉତ୍ସହ ହସ ଖୁସି ପରିବେଶରେ ଭରି ଥିଲା। ୬୦୦ରୁ ଅଧିକ ଟ୍ରେନି ଆଇଏଏସ୍ ଅଧିକାରୀ ଉପସ୍ଥିତ ଥିଲେ, ମଞ୍ଚରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଥିଲେ। କିନ୍ତୁ ପରବର୍ତ୍ତୀ କ୍ଷଣରେ ଏମିତି ପ୍ରଶ୍ନ ଉଠିଲା , ଯାହାକି ପୂରା ସଭାଗୃହକୁ କିଛି କ୍ଷଣ ପାଇଁ ସ୍ତବ୍ଧ କରି ଦେଲା।
ପ୍ରକୃତ କଥା ହେଲା , ଭାଷଣ ବେଳେ ପ୍ରତିରକ୍ଷା ମନ୍ତ୍ରୀ ବଡ଼ ସରଳ ପ୍ରଶ୍ନ ପଚାରିଲେ , ଜଣେ ବ୍ୟକ୍ତିଙ୍କ ପାଖରେ କିଛି ଟଙ୍କା ଥିଲା। ସେ ଅଧା Aକୁ , ଏକ-ତୃତୀୟାଂଶ Bକୁ ଓ ଅବଶିଷ୍ଟ ୧୦୦ଟଙ୍କା C କୁ ଦେଲେ। କୁହନ୍ତୁ , ସମୁଦାୟ କେତେ ଟଙ୍କା ଥିଲା ? ପ୍ରଶ୍ନଟି ସହଜ ଜଣାପଡ଼ୁଥିଲା , ହେଲେ ଟ୍ରେନି ଆଇଏଏସ ଅଧିକାରୀଙ୍କ ମୁହଁରେ ଉତ୍ସୁକତା , ଚିନ୍ତା ଓ ଆଶ୍ଚର୍ଯ୍ୟ ସବୁ ଏକାଠି ନଜର ଆସିଥିଲା। ଉତ୍ତର ପାଇବା ପାଇଁ ସେ ପ୍ରଶ୍ନକୁ ଆଉ ଥରେ ଦୋହରାଇଲେ , ହେଲେ ନିରବତା ଛାଇ ଯାଇଥିଲା।
ପ୍ରଥମ ଉତ୍ତର ଆସିଲା ଭୁଲ୍ –
ପାଖାପାଖି ଆଠ ସେକେଣ୍ଡ ପରେ ଜଣେ ଟ୍ରେନି ଉତ୍ତର ଦେଲେ ୩୦୦୦ । ହେଲେ ଏହି ଉତ୍ତର ଭୁଲ୍ ଥିଲା।ରାଜନାଥ ସିଂହ ହସ ହସ ମୁହଁରେ ମୁଣ୍ଡ ହଲାଇଲେ କହିଲେ , ଭୁଲ୍ , ପୁଣି ଭାବ। ସଭାଗୃହରେ ହାଲକା ହସ, କିଛି ଚାପ ଓ ନୂଆ ପ୍ରୟାସ ଆରମ୍ଭ ହେଲା । ପାଖାପାଖି ୪୯ ସେକେଣ୍ଡ ପରେ କେହି ଜଣେ କହିଲେ , ୬୦୦ , ମନ୍ତ୍ରୀ ତୁରନ୍ତ ପଚାରିଲେ କିଏ କହିଲା ୬୦୦ ? ହାତ ଉଠାଇ କହିଲେ ସେ ପୂରା ଠିକ୍ କହିଲେ।
ପ୍ରତିରକ୍ଷା ମନ୍ତ୍ରୀ ନିଜେ ବୁଝାଇଲେ, ଖୁବ୍ ତାଳି ବାଜିଲା –
ଯେମିତି ଜଣେ ଶିକ୍ଷତ ଶ୍ରେଣୀରେ ବୁଝାନ୍ତି ସେ ସେମିତି ପର୍ଯ୍ୟାୟ ଭାବେ ସମସ୍ୟାର ସମାଧାନ କଲେ
ମନେକର ମୋଟ ଟଙ୍କା = A
Aକୁ ମିଳିଲା A/2
Bକୁ ମିଳିଲା A/3
ଉଭୟଙ୍କର ମିଶି ମୋଟ 5A/6
ଅବଶିଷ୍ଟ 100= A-5A/6 =A/6
ଶେଷରେ A= 600
ଏହାପରେ ପୂରା ସଭାଗୃହ ତାଳିରେ କମ୍ପି ଉଠିଲା। ଉତ୍ତର ବୁଝାଇବା ପରେ ସେ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା କହିଲେ , ଗଣିତରେ ବିଶ୍ୱାସ ସମାଧାନ ଆଡ଼କୁ ନେଇ ଯାଏ ଏବଂ ଜୀବନରେ , ବିଶ୍ୱାସ ସବୁଠାରୁ କଷ୍ଟକର ଜିନିଷକୁ ମଧ୍ୟ ସହଜ କରିଦିଏ।
ଉଲ୍ଲେଖନୀୟ ଯେ, ରାଜନାଥ ସିଂହ ରାଜନୀତିକୁ ଆସିବା ପୂର୍ବରୁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ ଏବଂ ମିର୍ଜାପୁରର କେବି ପୋଷ୍ଟ-ଗ୍ରାଜୁଏଟ୍ କଲେଜରେ ମଧ୍ୟ ପାଠ ପଢାଉ ଥିଲେ। ସେ ଚନ୍ଦୌଲିର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ , ଗୋରଖପୁର ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିଛନ୍ତି । ପରେ ଶିକ୍ଷକତା ଭାବେ କାର୍ଯ୍ୟ କରିଥିଲେ।