କଟକ, ୧୧/୦୭: ଏବେ +୨ରେ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ଆବଶ୍ୟକ ହେଉଥିବା ମାଟ୍ରିକ୍ ମାର୍କସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ମାର୍କସିଟ୍ ମିଳିନଥିବା ବେଳେ ବୋର୍ଡ ଦ୍ୱାରା ଏକ ୱେବ୍ସାଇଟ୍ରେ ମାର୍କସିଟ୍ ଉପଲବ୍ଧ କରାଯାଇଛି । କିନ୍ତୁ ଆଜି ଏହି ୱେବ୍ସାଇଟ୍ ଖୋଲୁ ନଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଛାତ୍ରୀମାନେ ମାର୍କସିଟ୍ ଡାଉନ୍ଲୋଡ୍ କରିନପାରି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବାରମ୍ବାର ସାଇଟ୍ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ :- Textbook errors : ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
୯ ତାରିଖରୁ + ୨ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଜି ମାର୍କସିଟ୍ ଡାଉନ୍ଲୋଡ୍ ପାଇଁ ସାଇଟ୍ ଖୋଲୁ ନ ଥିବାରୁ ବହୁ ଛାତ୍ରଛାତ୍ରୀ ନାମଲେଖାଇ ପାରିନାହାନ୍ତି । ତେବେ ୱେବ୍ସାଇଟ୍ରେ ହୋଇଥିବା ସମସ୍ୟା ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।