କଟକ ୧୫/୦୭: କଟକ ଯୋବ୍ରା ବ୍ୟାରେଜରେ ଅଘଟଣ। ମାଛ ଧରୁଥିବା ବେଳେ ଖସି ପଡିଲେ ମତ୍ସ୍ୟଜୀବୀ। ମତ୍ସ୍ୟଜୀବିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଉଦ୍ଧାର ପାଇଥିବା ମତ୍ସଜୀବୀ ନାଗରାଜ ରାଓ ବୋଲି ଜଣାପଡିଛି।
ଅଧିକ ପଢ଼ନ୍ତୁ :- Ubha Yatra: ଆଜି ଶ୍ରୀମନ୍ଦିରରେ ଉଭା ଯାତ୍ରା, ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାରେ ପହଞ୍ଚିବ ତିନି ରଥ
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମାଛ ଧରିବାକୁ ୧୯ ବର୍ଷୀୟ ନାଗରାଜ ରାଓ ଯୋବ୍ରା ବ୍ୟାରେଜକୁ ଯାଇଥିଲେ। ହେଲେ ଗୋଡ଼ ଖସିଯିବାରୁ ବ୍ୟାରେଜ ଗେଟ୍ରେ ପଡିଯାଇଥିଲେ। ସ୍ଥାନୀୟଲୋକ ଯୁବକ ବୁଡ଼ି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କୁଇକ୍ ରିଆକ୍ସନ୍ ଟିମ୍ ପହଞ୍ଚିଲା। ବ୍ୟାରେଜ୍ ଗେଟ୍ରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଫଳରେ ନାଗରାଜ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।