PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନସିରୁଦ୍ଦିନ୍ ଶାହା ଓ ଗିରୀଶ କର୍ନାଡଙ୍କ ସମେତ ୬୦୦ ଥିଏଟର କଳାକାରଙ୍କ ନିବେଦନ, ବିଜେପି ବିରୋଧରେ ଭୋଟ ଦିଅ

ନୂଆଦିଲ୍ଲୀ, ୫।୪: ବଲିଉଡ଼ ଅଭିନେତା ନସିରୁଦ୍ଦିନ୍ ଶାହାଙ୍କ ସମେତ ଥିଏଟର ଓ ଆର୍ଟ ଜଗତ ସମ୍ପର୍କିତ ୬୦୦ରୁ ଥିଏଟର କଳାକାର ବିଜେପିକୁ ଏଥର ୨୦୧୯ ଲୋକସଭା ନିର୍ବାଚନରେ ଭୋଟ ନଦେବା ପାଇଁ ନିବେଦନ କରିଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଏକ ପତ୍ର ଲେଖି ଭୋଟରଙ୍କୁ କହିଛନ୍ତି ଯେ ‘ବିଜେପି ବିରୋଧରେ ଭୋଟ ଦେଇ ବିଜେପି ଏବଂ ଏହାର ସହଯୋଗୀଙ୍କୁ କ୍ଷମତାରୁ ବାହାର କର’। ନିବେଦନକାରୀଙ୍କ ମଧ୍ୟରେ ଅମୋଲ ପାଲେକର, ନସିରୁଦ୍ଦିନ ଶାହା, ଗିରୀଶ କର୍ନାଡ଼ ଏବଂ ଉଷା ଗାଙ୍ଗୁଲିଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିବିଶେଷ ରହିଛନ୍ତି।

ସେମାନଙ୍କ କହିବା ଅନୁସାରେ  ‘ଭାରତ ଏବଂ ଏହାର ସମ୍ବିଧାନ ଏବେ ବିପଦରେ ଅଛି। ବିଜେପିକୁ ଭୋଟ କରନାହିଁ। ଏହି ପତ୍ର ଗୁରୁବାର ଜାରି କରାଯାଇଛି। ଏହାକୁ ୧୨ଟି  ଭାଷାରେ ପ୍ରସ୍ତୁତ କରି ଚିଠିକୁ ଆର୍ଟିଷ୍ଟ ୟୁନାଇଟେଡ ଇଣ୍ଡିଆର ୱେବସାଇଟରେ ଅପଲୋଡ କରାଯାଇଛି। ଚିଠିରେ ଲେଖାଯାଇଛି ଯେ, ଆସନ୍ତା ଲୋକସଭା ନିର୍ବାଚନ ଦେଶର ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଅଟେ। ଆଜି ଗୀତ, ନୃତ୍ୟ ଏବଂ ହାସ୍ୟ ବିପଦରେ ଅଛି, ଆମ ସମ୍ବିଧାନ ବିପଦରେ ଅଛି। ସରକାର ସେହି ସଂସ୍ଥା ଗୁଡିକର କଣ୍ଠରୋଧ କରିଛନ୍ତି ଯେଉଁଠି  ତର୍କ, ବିତର୍କ ଏବଂ ଅସହମତିର ବିକାଶ ହୋଇଥାଏ। କୋଣସି ଲୋକତନ୍ତ୍ରକୁ ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରାଯିବା ଉଚିତ।’

‘କୌଣସି ଗଣତନ୍ତ୍ର ବିନା ପ୍ରଶ୍ନରେ, ବିତର୍କରେ ଏବଂ ସଜାଗ ବିରୋଧୀ ବିନା କାମ କରିପାରିବ ନାହିଁ। ଏହି ସବୁକୁ ବର୍ତ୍ତମାନର ସରକାର ଶକ୍ତି ଲଗାଇ   ଦଳି ଦେଇଛନ୍ତି। ତେଣୁ ସମସ୍ତେ ମିଶି ବିଜେପିକୁ କ୍ଷମତାରୁ ବାହାର କରିବାକୁ ଭୋଟ କରନ୍ତୁ। ସମ୍ବିଧାନକୁ ବଞ୍ଚାନ୍ତୁ, କଠୋର, ଘୃଣା ଏବଂ ନିଷ୍ଠୁରତାକୁ କ୍ଷମତାରୁ ବାହାର କରନ୍ତୁ।’ ଏହି ଚିଠିରେ  ଶାନ୍ତା ଗୋଖଲେ, ମହେଶ ଏଲକୁଞ୍ଚେୱାର, ମହେଶ ଦତ୍ତାନୀ, ଅରୁନ୍ଧତି ନାଗ, କୀର୍ତ୍ତି ଜୈନ, ଅଭିଷେକ ମଜୁମଦାର, କୋଙ୍କଣ ସେନ ଶର୍ମା, ରତ୍ନା ପାଠକ ଶାହା, ଲିଲେଟ ଦୁବେ, ମୀତା ବଶିଷ୍ଟ, ମକରନ୍ଦ ଦେଶପାଣ୍ଡେ ଏବଂ ଅନୁରାଗ କସ୍ୟପଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ରହିଛି।

ଉଲ୍ଳେଖନୀୟ ଯେ , ଏହା ପୂର୍ବରୁ ୧୦୦ରୁ ଅଧିକ ଫିଲ୍ମ ନିର୍ମାତା ଆଗାମୀ ଲୋକସଭା ନିର୍ବାଚନ ବେଳେ ବିଜେପିକୁ ଭୋଟ ନଦେବା ପାଇଁ ଅପିଲ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମାଲାୟାଲମ ଫିଲ୍ମ ନିର୍ଦେଶକ ଆଶିଖ ଅବୁ, ଆନନ୍ଦ ପଟବର୍ଦ୍ଧନ, ସୁଦେବନ, ଦୀପା ଧନରାଜ, ଗୁରବିନ୍ଦର ସିଂହ, ପୁଷ୍ପେନ୍ଦ୍ର ସିଂହ ଓ ପ୍ରବୀଣ ମୋରଛଲେଙ୍କ ଭଳି ଫିଲ୍ମ ନିର୍ମାତା।