PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଇନ୍ଦୋରରେ ଆତଙ୍କ, ଅଜଣା ଭାଇରସ ବ୍ୟାପିବା ଯୋଗୁ ୬୪ ମୃତ

virus

source:www.ecohealthalliance.org

ଇନ୍ଦୋର,୨୮ ।୧(ଏଜେନ୍ସି): ମଧ୍ୟପ୍ରଦେଶର ଇନ୍ଦୋର ସହର ଏବଂ ଏହାର ଆଖପାଖ ଜିଲାରେ ଗତ ୪ ମାସ ମଧ୍ୟରେ ଏକ ଅଜଣା ଭାଇରସ ବ୍ୟାପିବା ଯୋଗୁ ୬୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ରୋଗୀମାନେ ଥଣ୍ଡା ଏବଂ କାଶରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ କିଛି ଦିନ ଭିତରେ ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ପୂରା ହ୍ରାସ ପାଉଛି ଏବଂ ସେମାନଙ୍କର ମୃତ୍ୟୁ ହେଉଛି । ଏହି ଭାଇରସ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ଦେହରେ ପରିଲକ୍ଷିତ ଲକ୍ଷଣ ସହିତ ସମାନ । ୬୪ ଜଣ ଯାକ ମୃତ ରୋଗୀଙ୍କ ଦେହରେ ଏକ ପ୍ରକାର ଭାଇରସ ଥିବାର ଜଣାପଡିଛି । ତେବେ ତାହାକୁ ଚିହ୍ନଟ କରାଯାଇପାରୁନାହିଁ ।
ଭୋପାଳ ସ୍ଥିତ ଭାଇରୋଲୋଜି ଲାବ୍‌ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଇନ୍ଦୋରରେ ଏବେ ୩୯ ଜଣଙ୍କ ଦେହରେ ସ୍ୱାଇନ୍‌ ଫ୍ଲୁର ଲକ୍ଷଣ ଦେଖାଦେଇଥିବାର ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଡେଙ୍ଗୁରେ ୩୫୦ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଅନ୍ୟ ୬୪ ଜଣ ମୃତକଙ୍କ ଦେହରେ ଥିବା ଭାଇରସ ବିଷୟରେ ସଠିକ୍‌ ତଥ୍ୟ ମିଳିପାରୁନାହିଁ ।
ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି ସ୍ୱାଇନ୍‌ ଫ୍ଲୁ ଭାଇରସ ନିୟମିତ ଭାବେ ନିଜର ଜିନ୍‌ ପରିବର୍ତ୍ତନ କରୁଛି । ୨୦୧୫ରେ ଏହାକୁ କାଲିଫର୍ଣ୍ଣିଆ ସ୍ପାଇନ୍‌ ଫ୍ଲୁ ନାମ ଦିଆଯାଇଥିଲା । କାରଣ ସେଠାରେ ଏଚ୍‌୧ଏନ୍‌୧ ଯୋଗୁ ପ୍ରଥମେ ଜଣକର ମୃତ୍ୟୁ ହୋଇଥିଲା । ହେଲେ ସ୍ୱାଇନ୍‌ ଫ୍ଲୁର ଭାଇରସ ମାତ୍ର ଦୁଇ ବର୍ଷ ଭିତରେ ନିଜର ଜିନ୍‌ ପରିବର୍ତ୍ତନ କରି ଏକ ନୂଆ ରୂପ ନେଇଥିଲା ଯାହାକୁ ମିଚିଗାନ୍‌ ଏଚ୍‌୧ଏନ୍‌୧ ଇନଫ୍ଲୁଏଞ୍ଜା ବୋଲି କୁହାଗଲା । ସ୍ୱାସ୍ଥ୍ୟ ବିଭାଗ ପ୍ରତିବର୍ଷ ସ୍ୱାଇନ୍‌ ଫ୍ଲୁ ଭାଇରସର ଜିନ୍‌ରେ ଆସୁଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରି ଆଣ୍ଟିଭାଇରାଲ ମେଡିସିନ୍‌ ପ୍ରସ୍ତୁତ କରିଥାଏ । ହେଲେ ଏବେ ଏହି ନୂଆ ଭାଇରସକୁ ଚିହ୍ନଟ କରାଯାଇନଥିବାରୁ ତା’ ପାଇଁ ମେଡିସିନ୍‌ ପ୍ରସ୍ତୁତ କରାଯାଇପାରୁନାହିଁ । ତେଣୁ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ସ୍ୱାଇନ୍‌ ଫ୍ଲୁ ପାଇଁ ବ୍ୟବହୃତ ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ତାହା କାମ କରୁନାହିଁ ।

ସମ୍ବନ୍ଧିତ ଖବର