PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଝାରସୁଗୁଡା ଥାନାରେ ପଶିଲା କରୋନା : ଗୋଟିଏ ଦିନରେ ୬୭ ପଜିଟିଭ୍‌, ୨ଜଣ ପୁଣି ଥରେ ସଂକ୍ରମିତ

ଝାରସୁଗୁଡା ୧୧।୮ : ଆଜି ଝାରସୁଗୁଡା ଜିଲ୍ଲାରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଝାରସୁଗୁଡା ଥାନାରେ ପଶିଲା କରୋନା। ଜିଲ୍ଲାରେ ସର୍ବାଧିକ ଗୋଟିଏ ଦିନରେ ୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ହୋଟେଲ ଏବଂ କ୍ବାରେଣ୍ଟାଇନ ସେଣ୍ଟରରୁ ୩୦ଜଣ, ବିଭିନ୍ନ କଣ୍ଟେନମେଣ୍ଟ ଯୋନରୁ ୬ ଜଣ ଚିହ୍ନଟ ହୋଇଥିଲା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୯ ଜଣ କରୋନା ଚିହ୍ନଟ ହୋଇଛନ୍ତି। ୨ଜଣ ପୁନର୍ବାର କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଝାରସୁଗୁଡା ଥାନା ପିସିଆର ଗାଡିର ଡ୍ରାଇଭର ଥିବାରୁ ପୋଲିସ ପାଇଁ ଚିନ୍ତା ବଢାଇଲା। କାରଣ ଏହି ଡ୍ରାଇଭର ସଂସ୍ପର୍ଶରେ ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂ ଅନୁସାରେ ୨୨ଜଣ ପୋଲିସ କର୍ମଚାରୀ ଓ ଅଧିକାରୀ ରହିଥିବାରୁ ସେମାନଙ୍କୁ କ୍ବାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରେ।ଅନ୍ୟପକ୍ଷରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ପାଇଁ ହୀରମାରେ ରହିଥିବା smc power କାରଖାନାକୁ ଦାୟୀ କରାଯାଇଛି। smc କମ୍ପାନୀରେ ୮ଜଣ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନାକୁ ସିଲ କରାଯାଇଛି।