ନୂଆଦିଲ୍ଲୀ, ୨୪।୧: ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂସ୍ଖଳନରେ ୭ ଜଣଙ୍କର ମୃତ୍ୟୁ ଘଚିଥିବା ଜଣାପଡ଼ିଛି । ଏଥିସହ ୮୦ରୁ ଅଧିକ ଲୋକ ନିଖୋଜ ଥିବା ଇଣ୍ଡୋନେସିଆର ବିପର୍ଯ୍ୟୟ ସଂସ୍ଥା ବା BNPB ମୁଖପାତ୍ର ଅବଦୁଲ ମୁହାରୀ ଏନେଇ ସୂଚନା ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଶନିବାର ସ୍ଥାନୀୟ ସମୟ ରାତି ୨ଟାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଲୋକଙ୍କ ଉଦ୍ଧାର ପାଇଁ ସନ୍ଧାନ ଅଭିଯାନ ଜାରି ରହିଛି । ଶନିବାର ସକାଳେ ପଶ୍ମିମ ଜାଭା ପ୍ରଦେଶର ବାଙ୍ଗଦୁଙ୍ଗରେ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେ ଆହୁରି କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି, “ଆମେ ଆଜି ଆମର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବାକୁ ଚେଷ୍ଟା କରିବୁ” ।
ମୁହାରୀ ଆହୁରି କହିଛନ୍ତି, ଏହି ବିପର୍ଯ୍ୟୟ ପ୍ରାୟ ୩୪ ପରିବାରର ୧୧୩ ଜଣଙ୍କୁ ପ୍ରଭାବିତ କରିଛି । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଘରର ସଂଖ୍ୟା ଏ ପର୍ଯ୍ୟନ୍ତ ଅଧିକାରୀମାନଙ୍କ ଦ୍ୱାରା ରେକର୍ଡ କରାଯାଉଛି । ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ମିଳିତ ସଂସ୍ଥାଗୁଡ଼ିକ ସହିତ, ପ୍ରଭାବିତ ସ୍ଥାନଗୁଡ଼ିକରେ ଆହୁରି ତଥ୍ୟ ସଂଗ୍ରହ ଏବଂ ତଦାରଖ କରୁଛି, ଯେଉଁଥିରେ ପୀଡ଼ିତମାନଙ୍କୁ ଖୋଜିବା ଏବଂ ଜରୁରୀକାଳୀନ ଆବଶ୍ୟକତାର ମୂଲ୍ୟାଙ୍କନ ପ୍ରକ୍ରିୟା ଅନ୍ତର୍ଭୁକ୍ତ ମୁହାରୀ ଆହୁରି କହିଛନ୍ତି । ଏହି ଅଞ୍ଚଳ ୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ୟା, ଆକସ୍ମିକ ବନ୍ୟା, ଅତିପ୍ରବଳ ପାଗ ଏବଂ ଭୂସ୍ଖଳନ ପାଇଁ ଉଚ୍ଚ ସତର୍କତା ଜାରି ରହିଛି ।