PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଫଗାନିସ୍ଥାନ: କାବୁଲରେ ୩ଟି ସ୍ଥାନରେ ବିସ୍ଫୋରଣ; ୭ମୃତ, ୨୧ରୁ ଅଧିକ ଆହତ

କାବୁଲ ୨୫/୦୭ : ଆଫଗାନିସ୍ଥାନ କାବୁଲରେ ଆଜି ସକାଳେ ଲଗାତାର ତିନିଟି ସ୍ଥାନରେ  ବିସ୍ଫୋରଣରେ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ଯରେ କିଛି ଛୋଟ ପିଲା ମଧ୍ଯ ଅଛନ୍ତି ।  ସକାଳ ୮ଟା ୧୦ରେ ପେଟ୍ରୋଲିୟମ ମନ୍ତ୍ରାଳୟର କର୍ମଚାରୀମାନେ ବସରେ ଯାଉଥିବା ସମୟରେ ଆତ୍ମଘାତୀ ବୋମା  ବିସ୍ପୋରଣ ହୋଇଥିଲା । ପୁଣି  ବସଟି ରହିଥିବା ସ୍ଥାନରେ ଆଉ ଏକ ବିସ୍ଫୋରଣ କରାଯାଇଥିଲା । କାବୁଲର ପୋଲିସ ପ୍ରବନ୍ଧକ ଫିରଦାବସ ଫାରଦାରସ ଫାରାମାଜ ଏହି ସୂଚନା ଦେଇଛନ୍ତି।

ତେବେ ତୃତୀୟ ବିସ୍ଫୋରଣରେ ବିଶେଷ କିଛି କ୍ଷତି ହୋଇନାହିଁ କାରଣ ଏହି ବିସ୍ଫୋରଣ ହୋଇଥିବା ସ୍ଥାନଟି ସହର ବାହାରେ ଅବସ୍ଥିତ ଏବଂ ସେହି ସ୍ଥାନଟି ଅଧିକ ଜନଗହଳି ନଥିବାରୁ ବିଶେଷ କ୍ଷତି ହୋଇନି । ଏହି ଆତ୍ମଘାତୀ ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଏପର୍ଯ୍ଯନ୍ତ ଜଣା ପଡିନାହିଁ।  ତେବେ ଗୃହ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି । ଅନ୍ଯପଟେ ଏହି ବିସ୍ଫୋରଣ ତାଲିବାନ୍‌ ପକ୍ଷରୁ କରାଯାଇଛି ବୋଲି ସରକାର  ସନ୍ଦେହ କରୁଛନ୍ତି । ଆଫଗାନ ସରକାର ଏହି ବିସ୍ଫୋରଣକୁ ଦୃଢ଼ ନିନ୍ଦା କରିଛନ୍ତି । କହିରଖୁଛୁ ୧୯ ଜୁଲାଇରେ କାବୁଲରେ ବୋମା ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୯ ଜଣଙ୍କ ମୃତ୍ୟୁ ହେବାସହ ୩୩ରୁ ଅଧିକ ଆହତ ହୋଇଥିଲେ।