୫ ଦିନରେ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନୁହେଁ ହତ୍ୟା ହୋଇଥିବା ନେଇ କହିଲା ପୋଲିସ

ପୁନେ,୨୫।୧: ମହାରାଷ୍ଟ୍ରର ପୁନେରେ ଗୋଟିଏ ପରିବାର ଆତ୍ମହତ୍ୟା ମାମଲରେ ବଡ ଧରଣର ଖୁଲସା। ପୋଲିସର କହିବା ଅନୁସାରେ, ପରିବାରର ୭ ସଦସ୍ୟ ଆତ୍ମହତ୍ୟା କରିନାହାନ୍ତି, ବଂର ତାଙ୍କୁ ହତ୍ୟା କରାଯାଇଛି। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ନଦୀ କୂଳରୁ ତିନୋଟି ଛୋଟ ପିଲାଙ୍କ ମୃତଦେହ ସହିତ ଗୋଟିଏ ପରିବାରର ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, ମୃତକଙ୍କ ଭିତରେ ଏକ ବୟସ୍କ ଦମ୍ପତ୍ତି, ତାଙ୍କର ଝିଅ –ଜ୍ବାଇଁ ଏବଂ ତାଙ୍କର ତିନି ନାତି-ନାତୁଣୀ ରହିଛନ୍ତି। ଏହି ଘଟଣା ପୁନେ ଜିଲ୍ଲା ଅନ୍ତର୍ଗତ ଦୌଣ୍ଡରେ ଘଟିଛି। ଏହି ଘଟଣା ସାମନାକୁ ଆସିବା ପରେ ଦୌଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଛି।

ପୁନେ ଗ୍ରାମୀଣ ପୋଲିସ ନିଜ ତଦନ୍ତରେ ଏହି ଖୁଲାସା କରିଛି ଯେ, ୭ ଜଣ ଲୋକଙ୍କୁ ହତ୍ୟା କରି ତାଙ୍କର ମୃତଦେହକୁ ନଦୀରେ ଫୋପଡା ଯାଇଛି। ଏହି ମାମଲାରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ପୋଲିସକୁ ପ୍ରଥମେ ଏହା ସାମୁହିକ ଆତ୍ମହତ୍ୟା ମାମଲା ଲାଗୁଥିଲା। ହେଲେ ଯେତେବେଳେ ଯାଞ୍ଚ କରାଯାଇଥିଲା ପୁରା ମାମଲା ସାମନାକୁ ଆସିଥିଲା। ଏହାପରେ ପୋଲିସ ଜୋରଦାର ଚଢାଉ କରି କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ।
ପୂର୍ବରୁ କୁହାଯାଉଥିଲା ଯେ, ମୃତକଙ୍କ ପୁଅ ଜଣେ ବିବାହିତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଯେତେବେଳେ ଯୁବତୀ ଫେରିନଥିଲେ ତାଙ୍କ ବାପା ନିଜ ପରିବାରର ୬ ଜଣ ସଦସ୍ୟଙ୍କ ସହ ଆତ୍ମହତ୍ୟା କରିଥିଲେ। ପ୍ରଥମେ ଦାବି କରାଯାଉଥିଲା ନଗର ଜିଲ୍ଲାର ପରନେର ବ୍ଲକରେ ଥିବା ନିଘୋଜରେ ଥିବା ଏହି ପରିବାର ଭୀମା ନଦୀରେ ଡେଇଁ ଆତ୍ମହତ୍ୟା କରିଛି। ଏବେ ପୋଲିସ ସ୍ପଷ୍ଟ କରିଛି ଯେ, ଏହା ଆତ୍ମହତ୍ୟା ନୁହେଁ, ବଂର ହତ୍ୟା ମାମଲା। ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରିବା ପରେ କହିଛି ଘଟଣାଟି ଗତ ୧୭ ତାରିଖରେ ଘଟିଛି। ମୃତକଙ୍କ ଭିତରେ ୪ ଜଣଙ୍କ ନାଁ ମୋହନ ଉତ୍ତମ ପାଓ୍ବାର, ସଙ୍ଗୀତା ମୋହନ ପାଓ୍ବାର, ରାନି ଶ୍ୟାମ୍ ଫୁଲଓ୍ବାରେ ଓ ଶ୍ୟାମ୍ ଫୁଲଓ୍ବାରେ। ମୃତଦେହ ଭୀମା ନଦୀରୁ ମିଳିଛି।