PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଅନାହାର ଆଶଙ୍କାରେ ଦକ୍ଷିଣ ସୁଦାନର ୭୦ ଲକ୍ଷ ଲୋକ: ଜାତିସଂଘ

ରୋମ,୨୩।୨: ଦକ୍ଷିଣ ସୁଦାନରେ ଲକ୍ଷାଧିକ ଲୋକେ ଅନାହାରରେ ଜୀବନ ବିତାଉଛନ୍ତି। ଏ ସମ୍ପର୍କରେ ଜାତିସଂଘର ସଦ୍ୟ ପରିସଂଖ୍ୟନ ଅନୁସାରେ ଜଣାପଡିଛି। ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ  ମଇରୁ ଜୁଲାଇ ମାସ ମଧ୍ୟରେ ୭୦ ଲକ୍ଷ ଲୋକଙ୍କ ଉପରେ  ଅନାହାରର ସଙ୍କଟ ଆସିପାରେ। ୨୦୧୮ରେ ଖାଦ୍ୟଶସ୍ୟ ଉତ୍ପାଦନ ୬୧ ପ୍ରତିଶତ ଥିଲା। ଯାହାକି ଏବେ ହ୍ରାସ ପାଇ ୫୨ ପ୍ରତିଶତ ରହିବାର ଅନୁମାନ କରାଯାଉଛି।

source: https://www.patrika.com

ଦକ୍ଷିଣ ସୁଦାନରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦେଶକ ସାଇମନ୍ କେମେଲବିକଙ୍କ ଅନୁସାରେ ୨୦୧୯ରେ ଖାଦ୍ୟ ଅସୁରକ୍ଷା ବଢିବାରେ ଲାଗିଛି। ତାଙ୍କର କହିବା ଅନୁସାରେ ଯଦି ଆମେ ଶୀଘ୍ର ସହାୟତା ପ୍ରଦାନ କରିବୁ ନାହିଁ ତେବେ  ଦକ୍ଷିଣ ସୁଦାନରେ ଭୟାବହ ସ୍ଥିତି ସୃଷ୍ଟି ହୋଇପାରେ। କୁପୋଷିତ ମହିଳା ଓ ଶିଶୁଙ୍କୁ ବଞ୍ଚାଇବା ବହୁତ ଜରୁରୀ ହୋଇପଡିଛି। ସେମାନଙ୍କର ଖାଦ୍ୟ ସମ୍ପର୍କିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ।

ସମ୍ବନ୍ଧିତ ଖବର