ପୁରୀ, ୮।୫ : ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିଲେ। ସେମାନଙ୍କର ଅସାବଧାନତା କାରଣରୁ ଗରମ ଡାଲି ପଡ଼ି ଯାଇଥିଲା। ଏହି ସମୟରେ ସେଠାରେ ଥିବା ଭକ୍ତମାନେ ଗରମ ଡାଲିର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି।