PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ସାନ ସିନା ଦାନ ତା ମହାନ୍: ବ୍ରେନ୍‌ ଡେଡ୍‌ ଘୋଷଣା କଲେ ଡାକ୍ତର, ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଲା କୁନି ଝିଅ

ନୂଆଦିଲ୍ଲୀ ୩୦/ ୦୪ : ଆରପାରିକୁ ଚାଲିଗଲା । କିନ୍ତୁ ଯାଉଯାଉ ମହାନ୍‌ କାର୍ଯ୍ୟ କରିଦେଇଗଲା । ଅନ୍ୟ କାହା ଜୀବନରେ ଦୀପଟିଏ ହୋଇ ଜଳିବ ୭ ବର୍ଷୀୟା କୁନି ଝିଅ। ମୃତ୍ୟୁ ପୂର୍ବରୁ ଜଣେ ନୁହେଁ କି ଦୁଇ ଜଣ ନୁହେଁ ୬ ଜଣଙ୍କ ଜୀବନ ଦୀପ ଉଜ୍ଜଳ କରିଦେଇଗଲା ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେଉଥିବା ଶିଶୁ ।

ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (AIIMS)ର ନ୍ୟୁରୋ ସର୍ଜରୀ ପ୍ରଫେସର୍‌ ଦୀପକ ଗୁପ୍ତା କହିଛନ୍ତି, ନୋଏଡାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଝିଅଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରିଥିଲେ । ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ଆରମ୍ଭ ହୋଇଥିଲା ଚିକିତ୍ସା । ଗତ ବୁଧବାର ରାତି ପ୍ରାୟ ୧୧.୩୦ ମିନିଟରେ ଶିଶୁକୁ ଟ୍ରମା କେୟାରକୁ ନିଆଯାଇଥିଲା । ତେବେ ସିଟି ସ୍କାନରୁ ଜଣାପଡିଥିଲା ଯେ, ଶିଶୁଟି ମୁଣ୍ଡର ଡାହାଣ ପାର୍ଶ୍ବରେ ଏକ ଗୁଳି ରହିଛି । କିନ୍ତୁ ପିତା-ମାତାଙ୍କୁ ଏ ନେଇ କୌଣସି ସୂଚନା ନଥିଲା ।


ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ଏଭଳି ଖବର ଶୁଣିବା ପରେ ବାପା-ମାଆ ଚକିତ ହୋଇଯାଇଥିଲେ । ତାଙ୍କୁ ଆଦୌ ଜଣାନଥିଲା ଯେ, ଝିଅର ମୁଣ୍ଡରେ ଗୁଳି ବାଜିଛି । ଶିଶୁର ବାପା ହରନାରାୟଣ ପ୍ରଜାପତି କହିଛନ୍ତି, ‘ବାହାରେ ପିଲାମାନେ ଖେଳୁଥିବା ବେଳେ ଏକ ଶବ୍ଦ ଶୁଣାଯାଇଥିଲା । କିନ୍ତୁ ତାହା କେଉଁ ଶବ୍ଦ ସେ ନେଇ କିଛି ଜଣାପଡିନଥିଲା । ବାହାରକୁ ଆସି ଦେଖିବା ବେଳକୁ ଝିଅର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଛି । ପରେ ତାକୁ ତୁରନ୍ତ ହସ୍ପିଟାଲ ନେଇଥିଲୁ’ ।

ହସ୍ପିଟାଲରେ ୩୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା ପରେ ଶୁକ୍ରବାର ସକାଳ ୧୧.୪୦ମିନିଟରେ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ଝିଅ ଚାଲିଯିବା ଶୁଣି ଦୁଃଖରେ ଭାଙ୍ଗିପଡିଥିଲେ ପରିବାର ଲୋକେ । ତଥାପି ବଡ ହୃଦୟର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିଲେ ବାପା-ମାଆ । ୭ ବର୍ଷୀୟା ଝିଅର ଅଙ୍ଗଦାନ କରିବା ଭଳି ମହତ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଥିଲେ । ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ମାତ୍ର କିଛି ସମୟ ମଧ୍ୟରେ ଶିଶୁର ଶରୀରରୁ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ଲାଗିଛି । ଏଭଳି ମହାନ୍‌ ପଦକ୍ଷେପ ନେଇଥିବାରୁ ହରନାରାୟଣ ପ୍ରଜାପତି ଏବଂ ତାଙ୍କ ପତ୍ନୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ସମ୍ବନ୍ଧିତ ଖବର