ନୂଆଦିଲ୍ଲୀ,୧୪/୦୨; କିତ୍ନେ ଇସ୍କ ଲିଖ୍ ଗୟେ.. କିତ୍ନେ ଇସ୍କ ଶିଖା ଗୟେ...ଅସଲି ଇସ୍କ କ୍ୟାୟା ହୋତା ହୈ..ପୁଲୱାମା କେ ଶହୀଦ ଦିଖା ଗୟେ..ପ୍ରେମ୍ କେ ଗୀତ କୈସେ ଲିଖୁଁ..ଚାରୋଁ ତରଫ ଗମ୍ କେ ବାଦଲ ଛା ଗୟେ..ନମନ୍ ୱ ମହାନ୍ ଯୋଦ୍ଧାଓଁକୋ, ଜୋ ପ୍ରେମ ଦିବସ କେ ଦିନ୍ ତ୍ରିରଙ୍ଗେ ମୈଁ ଲିପଟ୍ କର ଆୟେ..ଜୋ ରାତ ଭର ଜାଗତେ୍ ହୈଁ ବୋ ସିରଫ୍ ପ୍ରେମୀ ନେହିଁ ହୋତେ ହେଁ..ୱ ଦେଶ ପର୍ ମର୍ ମିଟନେ ୱାଲେ ସୈନିକ୍ ହୋତେ ହୈ... ଫେବ୍ରୁଆରୀ ୧୪ ତାରିଖ । ଏହି ତାରିଖକୁ କିଏ ବା ଭୁଲିପାରିବ । ପ୍ରେମ ଦିବସରେ ଉଜୁଡି ଯାଇଥିଲା ପରିବାର । ୪୦ ପରିବାରର ଖୁସିରେ ଲାଗି ଯାଇଥିଲା କାହା ନଜର ।ଦିନଟି ଭାରତୀୟଙ୍କ ପାଇଁ କଳାଦିନ ହୋଇ ରହିଗଲା । ଠିକ୍ ଆଜିର ଦିନରେ ୭ ବର୍ଷ ତଳେ ଜମ୍ମୁକାଶ୍ମୀର ଶ୍ରୀନରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଚାଲିଯାଇଥିଲା ୪୦ ବୀର ଯବାନଙ୍କ ଜୀବନ । ଆଉ ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । ମାଟି ମା' ସେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସେ ବୀର ପୁଅଙ୍କୁ କୋଟି କୋଟି ପ୍ରଣାମ ।
ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ୩ଶହ କିଲୋର ବସ୍ଫୋଟକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିରେ କାରକୁ ମାଡ କରିଥିଲେ ଆତଙ୍କବାଦୀ । ଆଖି ପୁଛୁଳାକେ ବସ୍ଫୋରଣ ଘଟିଗଲା । ଚାରିଆଡେ ଧୂଆର କଳା ବାଦଲ ଖେଳିଗଲା । ଶବ୍ଦ ଏତେ ତୀବ୍ର ଥିଲା ଯେ, ଲାଗିଲା ସତେକି ଭୁମିକମ୍ପ ହେଉଛି । ଆଉ ଯେତେବେଳେ କଳା ବାଦଲ ହଟିଲା ସେତେବେଳକୁ ଭାରତୀୟ ବୀର ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ବିଛାଡି ହୋଇ ପଡିଥିଲା । ଭାରତ ମାତାର ୪୦ ଯବାନ ଶହୀଦ୍ ହୋଇଯାଇଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା । ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଷ ଭରିହୋଇ ରହିଥିଲା ।
ଦେଶାସାରା ପାକିସ୍ତାନ ଓ ଆତଙ୍କବାଦୀ ବିରୋଧୀ ନାରା ଶୁଣିବାକୁ ଓ ଦେଖିବାକୁ ମିଳିଥିଲା । ଠିକ୍ ଏହାର ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବ୍ରୁଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ପାଖାପାଖି ରାତି ୩ଟାରେ ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ପାଇଟର ଜେଟ୍ ଏଲଓସିକୁ ପାର କରି ବାଲାକୋଟ ସ୍ଥିତ ଜୈସ୍-ଏ-ମହମ୍ମଦର ଠିକଣା ଉପରକୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଆଉ ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନାରୁ ଜଣାପଡିଥିଲା । ଏୟାରଷ୍ଟ୍ରାଇକରେ ପ୍ରାୟ ଏକ ହଜାର କିଲୋର ବମ୍ ଆତଙ୍କବାଦୀ ଠିକଣା ଉପରେ ପକାଯାଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ଶହ ଶହ ଆତଙ୍କବାଦି ନିପାତ ହୋଇଥିଲେ । ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଦେଶମାଟିର ସେବା ପାଇଁ ନିଜ ଜୀବନକୁ ଦେଇଥିବା ସେ ୪୦ ଯବାନଙ୍କୁ ପ୍ରମେୟ ପରିବାର ପକ୍ଷରୁ କୋଟି କୋଟି ପ୍ରଣାମ । ଶ୍ରଦ୍ଧାଞ୍ଚଳି ।