PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୋଟିଏ ବର୍ଷରେ ବଢ଼ିଲା ୭୦ ବିଶ୍ବବିଦ୍ୟାଳୟ; ନାମାଙ୍କନରୁ ସ୍ପଷ୍ଟ, ‘କଳା’ରେ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଆଗ୍ରହ

ନୂଆଦିଲ୍ଲୀ,୩୦/୦୧: ଦେଶରେ ୨୦୨୦-୨୧ରେ ୭୦ଟି ବିଶ୍ବବିଦ୍ୟାଳୟ ଖୋଲାଯାଇଛି। ଏହାକୁ ମିଶାଇ ଦେଶରେ ସମୁଦାୟ ବିଶ୍ବବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ପରି ଅନୁଷ୍ଠାନଗୁଡିକ ସଂଖ୍ୟା ୧୧୧୩ରେ ପହଞ୍ଚିଛି। ଏହା ସହିତ ଦେଶରେ ଆଉ ୧୪୫୩ଟି କଲେଜ ମଧ୍ୟ ପ୍ରତିଷ୍ଠା ହୋଇଛି। ଏବେ ଦେଶକୁ ୪୩,୭୬୯ଟି କଲେଜ ଉଚ୍ଚଶିକ୍ଷା ଦେଇଛି। ଏହି ତଥ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ରବିବାର ଜାରି କରାଯାଇଥିବା ଅଖିଳ ଭାରତୀୟ ସର୍ବେକ୍ଷଣରୁ ଜଣାପଡ଼ିଛି। କେବଳ ଶିକ୍ଷା ପ୍ରତିଷ୍ଠାନ ନୁହେଁ ବରଂ ଚଳିତ ବର୍ଷ ୪୭,୯୧୪ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।

ସର୍ଭେ ରିପୋର୍ଟ ମୁତାବକ, ଦେଶରେ ସବୁଠୁ ଅଧିକ ବିଶ୍ବବିଦ୍ୟାଳୟ ରାଜସ୍ଥାନରେ ରହିଛି। ରାଜସ୍ଥାନରେ ସର୍ବମୋଟ ୯୨ଟି ବିଶ୍ବବିଦ୍ୟାଳୟ ରହିଛି। ଏହା ପରେ ଉତ୍ତରପ୍ରଦେଶରେ ୮୩ଟି ବିଶ୍ବବିଦ୍ୟାଳୟ ରହିଛି। ଉଚ୍ଚିକ୍ଷାରେ ପ୍ରଥମ ଥର ବିଦ୍ୟାର୍ଥୀ ମାନଙ୍କର ନାମାଙ୍କନ ୪ କୋଟି ପାର ହୋଇ ୪.୧୪ କୋଟିରେ ପହଞ୍ଚିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ସବୁଠାରୁ ଅଧିକ ଶିକ୍ଷାର୍ଥୀଙ୍କର ନାମାଙ୍କନ ଭରାଯାଇଛି।

୨୦୧୯-୨୦ ମୁତାବକ ବୃଦ୍ଧିସଂଖ୍ୟା ୭.୫ ପ୍ରତିଶତ ଏବଂ ୨୦୧୪-୧୫ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ସଂଖ୍ୟା  ୨୧ ପ୍ରତିଶତ ବୃଦ୍ଧି ପାଇଛି। ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା ଦୁଇକୋଟି ପାର ହୋଇଛି। ୨୦୧୯-୨୦ରେ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟାରେ ୧୯ ଲକ୍ଷ ବୃଦ୍ଧି ହୋଇଛି। ସର୍ଭେ ରିପୋର୍ଟ ମୁତାବକ, ସମୁଦାୟ ନାମାଙ୍କିତ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରୁ ସ୍ନାତକ ସ୍ଥରରେ ୭୯.୦୬ ପ୍ରତିଶତ ଏବଂ ସ୍ନାତକୋତ୍ତର ସ୍ଥରରେ ୧୧.୫୦ ପ୍ରତିଶତ ରହିଛନ୍ତି। ସ୍ବାତକ ସ୍ଥରର ସଂଖ୍ୟାକୁ ଦେଖିଲେ ଜଣାଯାଏ, ସବୁଠାରୁ ଅଧିକ ଛାତ୍ରଛାତ୍ରୀ କଳାରେ ଅଧ୍ୟୟନ କରୁଛନ୍ତି ତଥା ଅଧ୍ୟୟନ କରିବାକୁ ପସନ୍ଦ କରୁଛନ୍ତି। କଳା କ୍ଷେତ୍ରରେ ୩୩.୫ ପ୍ରତିଶତ, ବିଜ୍ଞାନରେ ୧୫.୫ ପ୍ରତିଶତ, ବାଣିଜ୍ୟରେ ୧୩.୯ ପ୍ରତିଶତ ଏବଂ ଧନ୍ଦାମୂଳମ ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବାକୁ ୧୧.୯ ପ୍ରତିଶତ ବିଦ୍ୟାର୍ଥୀ ଆଗ୍ରହ ପ୍ରକାଶ କରୁଛନ୍ତି।

University Students of India

ଏହି ଖବର ଉପରେ ନଜର ପକାନ୍ତୁ: ଲାଲଚୌକରେ ରାହୁଲ ଗାନ୍ଧୀଙ୍କ ତ୍ରୀରଙ୍ଗା ଉଡ଼ାଇବାକୁ ନେଇ ବିଜେପିର ଦାବି; କହିଲା ମୋଦୀଙ୍କ ଯୋଗୁ ହୋଇଛି ସମ୍ଭବ

ରିପୋର୍ଟ ମୁତାବକ ୨୦୧୪-୧୫ ତୁଳନାରେ ଅନୁସୁଚିତ ଜାତି (ଏସସି) ବର୍ଗର ଛାତ୍ରଙ୍କ ସଂଖ୍ୟାରେ ୨୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟାରେ ୩୮ ପ୍ରତିଶତ ବୃଦ୍ଧି ହୋଇଛି। ଠିକ୍‌ ସେହିପରି ୨୦୧୪-୧୫ ତୁଳନାରେ ଅନୁସୁଚିତ ଜନଜାତି ବର୍ଗର ଛାତ୍ରଙ୍କ ସଂଖ୍ୟାରେ ୪୭ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟାରେ ୬୩.୪ ପ୍ରତିଶତ ବୃଦ୍ଧି ହୋଇଥିଲା। ସେପଟେ ୨୦୧୪-୧୫କୁ ଯଦି ଦେଖାଯାଏ, ଅନନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରଙ୍କ ସଂଖ୍ୟାରେ ୩୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟାରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦-୨୧ ସର୍ଭେରେ, ଉତ୍ତର ପୂର୍ବାଞ୍ଚଳର ଛାତ୍ର ସଂଖ୍ୟାରେ ୩୪ ପ୍ରତିଶତ ଏବଂ ୨୦୧୪-୧୫ ତୁଳନାରେ ଉତ୍ତର ପୂର୍ବାଞ୍ଚଳର ଛାତ୍ରୀଙ୍କ ସଂଖ୍ୟାରେ ୩୪ ପ୍ରତିଶତ ବୃଦ୍ଧି ଘଟିଛି।

ମନ୍ତ୍ରଣାଳୟ ୨୦୧୧ ମସିହାରୁ ଉଚ୍ଚଶିକ୍ଷା ଉପରେ ଅଲ ଇଣ୍ଡିଆ ସର୍ଭେ କରିଆସୁଛି, ଯାହାକି ଭାରତରେ ଅବସ୍ଥିତ ଏବଂ ଦେଶରେ ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସର୍ଭେରେ ବିଭିନ୍ନ ପାରାମିଟର ଯଥା ଛାତ୍ର ନାମଲେଖା, ଶିକ୍ଷକ ପରିସଂଖ୍ୟାନ, ଭିତ୍ତିଭୂମି ସୂଚନା, ଆର୍ଥିକ ସୂଚନା ଇତ୍ୟାଦି ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଥାଏ। ସର୍ଭେ ୨୦୨୦-୨୧ରେ ପ୍ରଥମ ଥର ପାଇଁ, ଏଚଇଆଇ ଗୁଡିକ ‘ୱେବ୍ ଡାଟା କ୍ୟାପଚର’ ଫର୍ମାଟ୍ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ‘ଅନ୍‌ଲାଇନ୍ ଡାଟା’ ସଂଗ୍ରହ ପ୍ଲାଟଫର୍ମ ବ୍ୟବହାର କରି ତଥ୍ୟ ପୂରଣ କରାଯାଇଛି।

ସମ୍ବନ୍ଧିତ ଖବର