PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

ଭୁବନେଶ୍ୱର ୨୬/୦୧: ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିବ ଓଡି଼ଶା । ଚଳଚଞ୍ଚଳ ହେଲାଣି ଗାନ୍ଧିମାର୍ଗ। ଗାନ୍ଧିମାର୍ଗରେ ଆୟୋଜିତ ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରଛାତ୍ରୀ । ୨ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ କୌଣସି କରୋନା କଟକଣା ଲାଗୁ ହେବନି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳ ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

କମିଶନରେଟ୍‌ ପୁଲିସ ଏଥିପାଇଁ ଟ୍ରାଫିକ୍‌ କଟକଣା କଡାକଡି ହୋଇଛି । ସାଧାରଣତନ୍ତ୍ର ଦିବସ ସକାଳ ସାଢ଼େ ୬ଟାରୁ ଉତ୍ସବ ସରିବା ଯାଏଁ ‘ଗାନ୍ଧିମାର୍ଗ’ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି । ପ୍ରାୟ ଅଢ଼େଇ ଘଣ୍ଟା ଯାଏଁ ସେଠାରେ ଉତ୍ସବ ଚାଲିବ । ଏଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ରୁଟ୍‌ ଧାର୍ଯ୍ୟ କରାଯାଇଛି । ଉକ୍ତ ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଗାଡି଼ମଟର ଯାଇପାରିବ । ଗନ୍ତବ୍ୟସ୍ଥଳ ପାଇଁ ବିକଳ୍ପ ରାସ୍ତା ବାଛିବାକୁ ପୁଲିସ ପରାମର୍ଶ ଦେଇଛି । ହାଉସିଂ ବୋର୍ଡ ଛକ ଦେଇ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡିଗୁଡି଼କ କେଶରୀ ହଲଠାରୁ ବାମ ପାଶ୍ୱର୍ ଗଳି ରାସ୍ତା ଦେଇ ଯାଇପାରିବ । ସେହିପରି ଜୟଦେବ ଭବନ କଡ଼ରେ ପୁଲିସର ବ୍ଲକିଂ ବାରିକେଡ ରହିବ । ଏଜି ଛକରୁ ପିଏମ୍‌ଜି ଛକ ଆଡ଼େ ଯାଉଥିବା ଗାଡ଼ି ସେଠାରୁ ଡାହାଣ ପାଶ୍ୱର୍ ଆଇଜି ପାର୍କ ଗଳି ଦେଇ ଇଡକଲ୍‌ ଦେଇ ଯାଇପାରିବେ।

ସମ୍ବନ୍ଧିତ ଖବର