PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସ୍ୱାଧୀନତାର ୭୫ ବର୍ଷ, ଜିଡିପିରେ ଲମ୍ବା ଲମ୍ଫ

ନୂଆଦିଲ୍ଲୀ,୧୫/୮ : ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତୀ ପାଳନ କରୁଛି । ଗତ ୭ ଦଶନ୍ଧିରେ ଭାରତୀୟ ଅର୍ଥନୀତି ଅନେକ ଉତ୍ଥାନ ପତନ ସାମ୍ନା କରିଛି । ସ୍ୱାଧୀନତା ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨.୫ ଲକ୍ଷ କୋଟି ଟଙ୍କା ଥିଲା । ଏହା ଏବେ ପ୍ରାୟ ୧୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି । ଏକଦା ଭାରତକୁ ଥାର୍ଡ ୱାର୍ଲ୍ଡ କଣ୍ଟ୍ରି ଭାବେ ଅଭିହିତ କରାଯାଉଥିଲା । ମାତ୍ର ଭାରତ ଏବେ ବିଶ୍ୱର ବୃହତ୍ତ ଅର୍ଥନୀତିଗୁଡିକ ମଧ୍ୟରେ ନିଜକୁ ସାମିଲ କରିପାରିଛି । ଦେଶର ଅର୍ଥନୈତିକ ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଘଟଣା ବହୁଳ ଅଧ୍ୟାୟ ସାମ୍ନାକୁ ଆସେ ।

୧୯୬୬, ୧୯୮୧ ଏବଂ ୧୯୯୧ ଭଳି ସଙ୍କଟକୁ ଟାଳି ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ।  ତେବେ କିଛି କମ୍ପାନି ଏବଂ ପ୍ରତିଷ୍ଠାନ ଦେଶର ଅର୍ଥନୀତିକୁ ଏକ ନୂଆ ଦିଗନ୍ତ ଦେବାରେ ପ୍ରମୁଖ ଯୋଗଦାନ ରଖି ଆସିଛନ୍ତି । ଭାରତୀୟ ଅର୍ଥନୀତିରେ ଅମୁଲ କମ୍ପାନିର ସ୍ଥାପନା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଏହା ବର୍ତ୍ତମାନ ଦେଶର ସର୍ବବୃହତ୍ତ ଦୁଗ୍ଧ ଏବଂ ଦୁଗ୍ଧଜାତ ଉତ୍ପାଦ ନିର୍ମାତା । ଗୁଜରାଟର ଆନନ୍ଦରେ ସ୍ଥାନିୟ ବ୍ୟବସାୟୀ ଏବଂ ଏଜେଣ୍ଟଙ୍କ ଦ୍ୱାରା ଦୁଗ୍ଧ ଉତ୍ପାଦକ ମାନେ ଅତିଷ୍ଠ ହୋଇ ସର୍ଦାର ପଟେଲଙ୍କୁ ଏକ ସମବାୟ ସଂସ୍ଥା ସ୍ଥାପନ ପାଇଁ ନିବେଦନ କରିଥିଲେ । ମୋରାରଜୀ ଦେଶାଇ, ସର୍ଦ୍ଦାର ପଟେଲ ଏବଂ ତ୍ରିଭୁବନ ଦାସ ପଟେଲଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଉଦ୍ୟମରେ କାଇରା ଡିଷ୍ଟ୍ରିକ୍ଟ କୋଅପରେଟିଭ ମିଲ୍କ ପ୍ରଡ୍ୟୁସର୍ସ ୟୁନିୟନ ଲିମିଟେଡ ସ୍ଥାପନ ହୋଇଥିଲା । ଯାହା ବର୍ତ୍ତମାନ ଅମୁଲ ଭାବେ ପରିଚିତ । ଏହା ନିଯୁକ୍ତି ତଥା ଦେଶର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖିଛି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶର ଅର୍ଥନୈତିକ ନୀତି କଲୋନିଆଲ ନୀତି ଦ୍ୱାରା ପ୍ରଭାବିତ ହୋଇଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରରେ ବଡ ଉଦ୍ୟୋଗ ସ୍ଥାପନ ଦ୍ୱାରା ଦେଶର ଅର୍ଥନୀତିକୁ ନୂଆ ଦିଗ ଦେବାକୁ ଚେଷ୍ଟା କରିଥିଲେ ।

୧୯୪୮ରେ ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପଲିସି ରିଜଲ୍ୟୁସନରେ ମିଶ୍ରିତ ଅର୍ଥନୀତିକୁ ଗୁରୁତ୍ୱ ଦିଆଯାଇଥିଲା । ଏହା ପୂର୍ବରୁ ଜେଆର୍‌ଡି ଟାଟା ଏବଂ ଜିଡି ବିର୍ଲା ବମ୍ବେ ପ୍ଲାନ ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ସମ୍ବଳର ବଣ୍ଟନ, ବିଭିନ୍ନ ଯୋଜନା ଏବଂ କାର୍ଯ୍ୟାନ୍ୱୟନ ଲାଗି ୧୯୫୦ରେ ପ୍ଲାନିଂ କମିସନ ସ୍ଥାପନ କରାଗଲା ।  ଅର୍ଥନୈତିକ ଏବଂ ସାମାଜିକ ବିକାଶ ଲାଗି ପଞ୍ଚବାର୍ଷିକ ଯୋଜନାମାନ ଗ୍ରହଣ କରାଗଲା । ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୫୧ରେ ଶୁଭାରମ୍ଭ ହୋଇଥିଲା । ଖାଦ୍ୟ ସାମଗ୍ରୀ ଆମଦାନୀ ପାଇଁ ଦେଶକୁ ବହୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ କୃଷି ଏବଂ ଜଳସେଚନ କ୍ଷେତ୍ରକୁ ବିକଶିତ କରିବା ଲାଗି ପ୍ରଥମେ ପ୍ରାଥମିକତା ଦିଆଯାଇଥିଲା । ଦୀର୍ଘ ମିଆଦି ଅଭିବୃଦ୍ଧିକୁ ନଜରରେ ରଖି ୧୯୫୬ରେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ବଡ ଶିଳ୍ପ ଦ୍ୱାରା ଶିଳ୍ପାୟନକୁ ଏଥିରେ ଗୁରୁତ୍ୱ ଦିଆଗଲା ।

୧୯୫୦ରୁ ୧୯୯୧ ମଧ୍ୟରେ ବିଭିନ୍ନ ଶିଳ୍ପକୁ ସରକାର ଜାତୀୟ କରଣ କରିଥିଲେ । ୧୯୫୩ ମେ ୨୮ ରେ ସଂସଦରେ ଏକ ବିଲ୍‌ ଦ୍ୱାରା ବିଭିନ୍ନ ବିମାନ କମ୍ପାନୀର ମିଶ୍ରଣ ଦ୍ୱାରା ଇଣ୍ଡିଆନ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍ଥାପନ ହେଲା । ଏହାବାଦ ବ୍ୟାଙ୍କ ଜୀବନ ବୀମା, ସାଧାରଣ ବୀମା ଏବଂ ଖଣି ଭଳି କ୍ଷେତ୍ରଗୁଡିକର ଜାତୀୟକରଣ ହୋଇଥିଲା । ୧୯୬୯ ଜୁଲାଇରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ୧୪ ପ୍ରମୁଖ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ । ୧୯୫୭ରେ ଦେଶର ପ୍ରଥମ ବଡ ଫାଇନାନ୍ସିଆଲ ସ୍କାମ ସାମ୍ନାକୁ ଆସିଲା ।

ଏହି ସମୟରେ ଅର୍ଥମନ୍ତ୍ରୀ ଟି.ଟି.କ୍ରିଷ୍ଣାମଚାରୀ ଇସ୍ତଫା ଦେଇଥିଲେ । ନେହେରୁଙ୍କ ମୃତ୍ୟୁ ପରେ ଖାଦ୍ୟଭାବ ଏବଂ ଦରଦାମ ସ୍ଥିତି ତେଜିଥିଲା । ଲାଲ ବାହାଦୂର ଶାସ୍ତ୍ରୀ ଶାସନ କ୍ଷମତାକୁ ଆସିବା ପରେ ସବୁଜ ଏବଂ ଶ୍ୱେତବିପ୍ଳବ ଦିଗରେ ଫୋକସ କରାଗଲା । ୬୦ ଦଶକର ମଧ୍ୟ ଭାଗରେ ମରୁଡି ଏବଂ ଯୁଦ୍ଧ ଯୋଗୁ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟକୁ ୪.୭୬ରୁ ୭.୫୦କୁ ଅବମୂଲ୍ୟାୟନ କରାଯାଇଥିଲା । ତେବେ ୧୯୯୧ର ବାଲାନ୍ସ ଅଫ୍‌ ପେମେଣ୍ଟ ସମସ୍ୟା ବଡ ଜଟିଳ ହୋଇପଡିଥିଲା । ଆମଦାନୀ ପାଇଁ ଦେଶ ପାଖରେ ବିଦେଶୀ ମୁଦ୍ରାର ଅଭାବ ପଡିଲା । ସେହି ସମୟରେ ଅର୍ଥମନ୍ତ୍ରୀ ମନମୋହନ ସିଂ ଏବଂ ପ୍ରଧାନମନ୍ତ୍ରୀ ନରସିମା ରାଓ ଉଦାରୀକରଣ, ଜଗତୀକରଣ ଏବଂ ଘରୋଇକରଣ ନୀତି ଦ୍ୱାରା ଘରୋଇ ବଜାରକୁ ବିଦେଶୀ ନିବେଶକଙ୍କ ପାଇଁ ଖୋଲି ଦେଇଥିଲେ । ଯାହା ଫଳରେ ଦେଶ ଏକ ବଡ ବିପଦକୁ ଟାଳିବାକୁ ସକ୍ଷମ ହେଲା ।

ଆମେରିକାର ଲେହମ୍ୟାନ ବ୍ରଦର୍ସ ବ୍ୟାଙ୍କ ଭଳି ଅନ୍ୟ ଆର୍ôଥକ ସଂସ୍ଥାଗୁଡିକ ଦୁର୍ବଳ ହେବା ଯୋଗୁ ସାରା ବିଶ୍ୱରେ ଆର୍ôଥକ ସଙ୍କଟ ଦେଖାଗଲା । ମାତ୍ର ଭାରତ ଏହି ସମସ୍ୟାରୁ ବର୍ତ୍ତିଯାଇଥିଲା । ୨୦୦୮ ଡିସେମ୍ବରରୁ ୨୦୦୯ ଫେବୃୟାରୀ ମଧ୍ୟରେ କେନ୍ଦ୍ର ସରକାର ୧.୮୬ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କଲେ । ଯାହା ଜିଡିପିର ୩.୫% ଥିଲା । ତେବେ ଏକବିଂଶ ଶତାଦ୍ଦୀର ୨ ପ୍ରମୁଖ ଅର୍ଥନୈତିକ ଘଟଣା ମଧ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ଏବଂ ବିମୁଦ୍ରୀକରଣ ସାମିଲ । ଅର୍ଥବ୍ୟବସ୍ଥାରେ ଥିବା କଳାଟଙ୍କାକୁ ବ୍ୟାଙ୍କ ବ୍ୟବସ୍ଥାକୁ ଫେରାଇ ଆଣିବା ଦିଗରେ ବିମୁଦ୍ରୀକରଣ ଏବଂ ଏକ ଦେଶ ଏକ ଟିକସକୁ ନଜରରେ ରଖି ଜିଏସ୍‌ଟି ଆସିଥିବା ସରକାର କହିଛନ୍ତି ।