ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ହର୍‌ଜିନ୍ଦରଙ୍କ ଅଟୋ ଆମ୍ବୁଲାନ୍ସ ସେବା

{"id":28829,"align":"right","width":352,"height":261}

ନୂଆଦିଲ୍ଲୀ ୨୨/୦୭ : ଦିଲ୍ଲୀର ୭୬ ବର୍ଷୀୟ ହର୍‌ଜିନ୍ଦର ସିଂ ନିଜ ଅଟୋ ଆମ୍ବୁଲାନ୍ସ ମାଧ୍ୟମରେ ବହୁ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଇ ସେ ବିନା ପାରିଶ୍ରମିକରେ ନିଜ ଅଟୋ ଆମ୍ବୁଲାନ୍ସରେ ଆହତଙ୍କୁ ଡାକ୍ତରଖାନା ନିଅନ୍ତି । ହର୍‌ଜିନ୍ଦର ଜଣେ ଟ୍ରାଫିକ୍‌ ୱାର୍ଡନ୍‌ ଥିଲେ । ଚାକିରି କାଳରେ ସେ ବହୁତ ଦୁର୍ଘଟଣା ଦେଖିଥିଲେ । ଏପରିକି ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଥିବାର ସେ ଦେଖିଛନ୍ତି । ଏଣୁ ଚାକିରିର ଅବସର ପରେ ସେ ଏକ ମାଗଣା ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ମାଗଣା ଆମ୍ବୁଲାନ୍ସ ସେବା ସହ ସେ ଆହତମାନଙ୍କୁ ମାଗଣା ପ୍ରାଥମିକ ଚିକିତ୍ସା ଯୋଗାଇଥାନ୍ତି । ଏହାସହ ମଧୁମେହ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରିଥାନ୍ତି । ସେଥିପାଇଁ ସେ ତାଙ୍କ ଅଟୋ ପଛପଟେ ଔଷଧ ସାମଗ୍ରୀ ରଖିଥାନ୍ତି । ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପାଇଁ ସେ ବିଧିବଦ୍ଧ ଶିକ୍ଷା ଗ୍ରହଣ କରିଛନ୍ତି । ବହୁ ଲୋକ ହର୍‌ଜିନ୍ଦରଙ୍କ କାମରେ ଖୁସି ହୋଇ ଅଟୋ ପଛପଟେ ଥିବା ଡୋନେସନ୍‌ ବକ୍ସରେ ଅର୍ଥ ଦେଇଥାନ୍ତି । ହର୍‌ଜିନ୍ଦର ଖୁସିରେ ଏହି ସେବା କରନ୍ତି ଏବଂ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟ ଜାରି ରଖିବେ ବୋଲି କହନ୍ତି ।

Copyright © 2022 - Summa Real Media Private Limited. All Rights Reserved.