ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସାଧାରଣତନ୍ତ୍ର ଦିବସ ପାଇଁ ପୁରସ୍କାର ଘୋଷଣା, ସମ୍ମାନିତ ହେବେ ୯୪୨ ଜଣ

Published By : Rasmita Pradhan | January 25, 2025 11:50 AM

ନୂଆଦିଲ୍ଲୀ, ୨୫/୦୧ : ସାଧାରଣତନ୍ତ୍ର ଦିବସ ଅବସରରେ ୯୪୨ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୋଲିସ, ଅଗ୍ନିଶମ, ହୋମଗାର୍ଡ ଏବଂ ସୁଧାର ସେବାର ୯୪୨ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୯୫ ଯବାନଙ୍କୁ ବୀରତ୍ଵ ପଦକ, ୧୦୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ ପଦକ ମିଳିବ। 

ବୀରତ୍ଵ ପୁରସ୍କାର ମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ଯବାନଙ୍କୁ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ନକ୍ସଲ ପ୍ରଭାବିତ ଅଞ୍ଚଳର ୨୮ ଯବାନ, ଜାମ୍ମୁ କାଶ୍ମୀରର ୨୮ ଯବାନ, ଉତ୍ତର-ପୂର୍ବର ୩ ଯବାନ ଏବଂ ଅନ୍ୟ ଅଞ୍ଚଳର ୩୬ ଯବାନଙ୍କୁ ବୀରତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ। ସେହିପରି ୭୮ ପୋଲିସକର୍ମୀ ଏବଂ ୧୭ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଏହି ଖବରଟିକୁ ପଢନ୍ତୁ-ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡ଼ିଶାର ୧୯ ପୋଲିସ ପାଇବେ ପଦକ

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୮୫ ଜଣ ପୋଲିସ, ଅଗ୍ନିଶମ ବିଭାଗରୁ ୫ ଜଣ , ହୋମଗାର୍ଡରୁ ୭ ଜଣ ଏବଂ ସୁଧାର ସେବାରୁ ୪ ଜଣଙ୍କୁ ସମ୍ମାନିତ କରାଯିବ। ସେହିପରି ପ୍ରଶଂସନୀୟ କାର୍ଯ୍ୟ ପାଇଁ ୭୪୬ ଜଣଙ୍କୁ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ୬୩୪ ଜଣ ପୋଲିସ, ୩୭ ଜଣ ଅଗ୍ନିଶମ, ୩୯ ଜଣ ହୋମଗାର୍ଡ ଏବଂ ସୁଧାର ସେବାର ୩୬ ଜଣଙ୍କୁ ସମ୍ମାନିତ କରାଯିବ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.