PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭ ହଜାର ୭୨୯ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ପାର୍

ଭୁବନେଶ୍ୱର, ୦ଛ/୦୬ : ରାଜ୍ୟରେ କରୋନା ଟ୍ରେଣ୍ଡ ଧୀରେ ଧୀରେ କମୁଛି। ଘାତକ କରୋନାର ଏ ରୂପ ଦେଖି ସବୁଠି ଛନକା ପଶିଲାଣି । ହେଲେ ସଂକ୍ରମଣ ସ୍ଥିର ହୋଇଯିବା କିଛି ମାତ୍ରାରେ ଆଶ୍ୱାସନା ଦେଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୭୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪୩୩୧ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩୯୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୦୬୨ ଜଣ, କଟକରୁ ୭୨୦ ଜଣ,ଅନୁଗୁଳରୁ ୪୪୯ ଜଣ, ମୟୂରଭଞ୍ଜରୁ ୪୪୨ ଜଣ, ବାଲେଶ୍ବରରୁ ୪୨୬ ଜଣ, ଯାଜପୁରରୁ ୩୮୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ଭଦ୍ରକରୁ ୨୮୭ ଜଣ, ସୁନ୍ଦରଗଡ଼ରୁ ୨୭୦ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଢ଼େଙ୍କାନାଳରୁ ୨୫୨ ଜଣ,କେନ୍ଦ୍ରାପଡ଼ାରୁ ୨୨୩ ଜଣ,ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ୨୧୯ ଜଣ ଲେଖାଏଁ, ବରଗଡ଼ରୁ ୧୮୯ ଜଣ, କୋରାପୁଟରୁ ୧୮୫ ଜଣ, କଳାହାଣ୍ଡିରୁ ୧୬୭ ଜଣ, କେନ୍ଦୁଝରରୁ ୧୬୬ ଜଣ,ସମ୍ବଲପୁରରୁ ୧୬୧ ଜଣ, ଗଞ୍ଜାମରୁ ୧୫୩ ଜଣ,ବୌଦ୍ଧରୁ ୧୨୮ ଜଣ, ମାଲକାନଗିରିରୁ ୧୦୪ ଜଣ, ଦେବଗଡ଼ରୁ ୭୨ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, ଗଜପତିରୁ ୬୮ ଜଣ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୬୧ ଜଣ ଲେଖାଏଁ ,ନୂଆପଡ଼ାରୁ ୪୮ ଜଣ ଓ ଷ୍ଟେଟ୍ ପୋଲ୍‌ରୁ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୮ ହଜାର ୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୨ ହଜାର ୬୭୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୧୩ ହଜାର ୦୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୨୦୪୦୮୩୦ ସାମ୍ପୁଲ ଟେଷ୍ଟ୍ ହୋଇଛି।