ଭୁବନେଶ୍ବର, ୧୧।୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ୭ଟା ସୁଦ୍ଧା ୭୭,୯୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରୁ ଜଣାପଡିଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟିଂ ହୋଇଥିଲା। ଅପରାହ୍ନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬% ଭୋଟିଂ ହୋଇଥିଲା । ସେହିପରି ଅପରାହ୍ନ ଗୋଟାଏ ସୁଦ୍ଧା ୫୧.୪୨ ପ୍ରତିଶତ ଭୋଟିଂ ହୋଇଥିଲା । ପୂର୍ବାହ୍ନ ୧୧ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧% ରହିଥିଲା । ସମ୍ବେଦନଶୀଳ ବୁଥଗୁଡିକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ଆସନ୍ତା ୧୪ ତାରିଖରେ ଭୋଟ ଗଣତି ହୋଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ସମସ୍ତ ବୁଥରେ ଓ୍ବେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଶାନ୍ତିଶୃଙ୍ଖଳା ସହ ସମସ୍ତ ବୁଥରେ ମତଦାନ ଶେଷ ହୋଇ