ନୂଆଦିଲ୍ଲୀ ୧୬/୦୯: ରବିବାର ସନ୍ଧ୍ୟାରେ ଲସ୍‌ ଏଞ୍ଜେଲ୍‌ସର ପିକକ୍‌ ଥିଏଟରରେ ଅନୁଷ୍ଠିତ ହୋଇଥିଲା ୭୭ତମ ଏମି ଆୱାର୍ଡସ୍‌ । ଟେଲିଭିଜନ୍‌ କଳାକାରଙ୍କ ପ୍ରଦର୍ଶନ ଓ କାହାଣୀ କେମିତି ଦର୍ଶକଙ୍କୁ କିମିଆ କରିଛି, ଏମି ସନ୍ଧ୍ୟା ତାର ବଡ଼ ପ୍ରମାଣ ଥିଲା । ୧୩ଟି ପୁରସ୍କାର ଜିତି ଏ ଥର ଏମିରେ ବାଜି ମାରିଛି ଆପଲ୍‌ ଟିଭିର ସେଥ୍‌ ରୋଗେନଙ୍କ ଦ ଷ୍ଟୁଡିଓ। ଅଦ୍ୟାବଧି କୌଣସି କମେଡି ସିରିଜ୍‌ ଜିତିଥିବା ଏହା ପ୍ରଥମ ସର୍ବାଧିକ ସଂଖ୍ୟକ ପୁରସ୍କାର । ଟ୍ରାମେଲ ଟିଲ୍‌ମ୍ୟାନ୍‌ ଓ ବ୍ରିଟ୍‌ ଲୋଅର୍‌ ସେଭରାନ୍ସରେ ପ୍ରଦର୍ଶନ ପାଇଁ ଏକାଧିକ ପୁରସ୍କାର ଜିତିଛନ୍ତି । ନେଟ୍‌ଫ୍ଲିକ୍ସର ହିଟ୍‌ ମିନି ସିରିଜ୍‌ ଆଡୋଲସେନ୍ସ୬ ପୁରସ୍କାର ସହିତ ଚଳିତ ଏମି ଆୱାର୍ଡସ୍‌ର ବିଗ୍‌ ୱିନର୍‌ ହୋଇଛି। ଏଥିରେ ସ୍କୁଲ ସାଙ୍ଗର ହତ୍ୟାକାରୀ ଭୂମିକାରେ ଅଭିନୟ କରିଥିବା ୧୫ ବର୍ଷୀୟ ଓୱେନ କୁପର୍‌ ସର୍ବକନିଷ୍ଠ ଅଭିନେତା ଭାବେ ଲିମିଟେଡ୍‌ ବା ଆନ୍ଥୋଲୋଜି ସିରିଜ୍‌ରେ ଶ୍ରେଷ୍ଠ-ସହ ଅଭିନେତା ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ସର୍ବାଧିକ ନୋମିନେସନ୍‌ ଜରିଆରେ ଆଗଧାଡ଼ିରେ ରହିଥିଲା ସେଭରାନ୍ସସେଭରାନ୍ସଦ ଷ୍ଟୁଡିଓଜରିଆରେ ଆପଲ୍‌ ଟିଭି ସମସ୍ତଙ୍କୁ ପଛରେ ପକାଇଛି । କମେଡି ସିରିଜ୍‌ରେ ଶ୍ରେଷ୍ଠ ମୁଖ୍ୟ ନାୟିକା ଭାବେ ଏମି ପୁରସ୍କାର ପାଇଛନ୍ତି ଜିନ୍‌ ସ୍ମାର୍ଟ (ହ୍ୟାକ୍ସ) । ସମାନ ବିଭାଗରେ ଶ୍ରେଷ୍ଠ ମୁଖ୍ୟ ନାୟକ ପୁରସ୍କାର ପାଇଛନ୍ତି ସେଥ୍‌ ରୋଗେନ । ଡ୍ରାମା ସିରିଜ୍‌ରେ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି ଟ୍ରାମେଲ ଟିଲମାନ (ସେଭରାନ୍ସ) । ଏହି ବିଭାଗରେ ଶ୍ରେଷ୍ଠ ସହ-ଅଭିନେତ୍ରୀ ହୋଇଛନ୍ତି କ୍ୟାଥରିନ୍‌ ଲାନାସା (ଦ ପିଟ୍‌) । କମେଡି ସିରିଜ୍‌ରେ ଶ୍ରେଷ୍ଠ ସହ-ଅଭିନେତା ଓ ସହ- ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଜେଫ୍‌ ହିଲର୍‌ (ସମ୍‌ବଡି ସମ୍‌ହ୍ୱେର) ଓ ହାନ୍‌ନା ଆଇନବାଇଣ୍ଡର୍‌ (ହ୍ୟାକ୍ସ) । ଡ୍ରାମା ସିରିଜ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି ବ୍ରିଟ୍‌ ଲୋଅର୍‌ (ସେଭରାନ୍ସ) । ଶ୍ରେଷ୍ଠ ଅଭିନେତା ହୋଇଛନ୍ତି ନୋଆ ୱାଇଲ (ଦ ପିଟ୍‌) । ଦ ପିଟ୍‌କୁ ମିଳିଛି ଶ୍ରେଷ୍ଠ ଡ୍ରାମା ସିରିଜ୍‌ ପୁରସ୍କାର । ଶ୍ରେଷ୍ଠ କମେଡି ସିରିଜ୍‌ ହୋଇଛି ଦ ଷ୍ଟୁଡିଓ। ଚଳିତ ଏମି ସମାରୋହର ସଂଚାଳନା କରିଥିଲେ ହାସ୍ୟାଭିନେତା ନେଟ୍‌ ବାର୍‌ଗେଟ୍‌ଜ ।