ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟୋଲ ଗେଟ୍‌ରେ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣା; ୮ ଆନ୍ଦୋଳନରତ ଡ୍ରାଇଭର ଗିରଫ

Published By : Swapna Ray | July 11, 2025 1:25 PM

ବଲାଙ୍ଗିର, ୧୧।୭: ଟୋଲ୍ ଗେଟ୍‌ଠାରେ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣା । ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଗୁରୁବାର ଭଇଁଷାପାଲି ଟୋଲ୍‌ ଗେଟ୍‌ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଏନେଇ ପୀଡିତ ଡ୍ରାଇଭର ମନୋଜ ବଗର୍ତ୍ତି ପୁଇଁତଳା ଥାନାରେ ଗୁରୁବାର ଅଭିଯୋଗ କରିଥିଲେ । ଏହି ମାମଲାରେ ପୁଲିସ ଶୁକ୍ରବାର ତଦନ୍ତ କରି ଅଭିଯୁକ୍ତ ୮ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ପୁଇଁନ୍ତଳା ଥାନାଧିକାରିଣୀ ଅନିତା ପ୍ରଧାନ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି ।

ସୂଚନାନୁସାରେ, ପୁଇଁତଳା ଥାନା ଭାଲେର ଗାଁର ୨୭ ବର୍ଷୀୟ ଡ୍ରାଇଭର ମନୋଜ ବଗର୍ତ୍ତି ସୋନପୁର ଜିଲ୍ଲାର ଶରଧାପାଲି ଇଥାନଲ ପ୍ଳାଣ୍ଟରୁ ଏକ ଟ୍ରକ୍ ଚଲାଇ ବଲାଙ୍ଗୀର ଅଭିମୁଖେ ଆସୁଥିବାବେଳେ ତାଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ଆକ୍ରମଣ କରିଥିଲେ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.