ବୋତଲରେ ଥିବା ଡିଜେଲକୁ ପାଣି ଭାବି ୮ ମାସର ଭାଇକୁ ପିଆଇ ଦେଲା ୪ ବର୍ଷର ଭଉଣୀ, ଚାଲିଗଲା ଶିଶୁପୁତ୍ରର ଜୀବନ…

ନୂଆଦିଲ୍ଲୀ: ନୋଏଡାଠାରେ ଡିଜେଲ ପିଇ ଜଣେ ୮ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ସାନ ଭାଇକୁ ଶୋଷିଲା ଦେଖିବା ପରେ, ୪ବର୍ଷର ଭଉଣୀ ପାଣି ବଦଳରେ ହଠାତ୍ ଭାଇକୁ ଡିଜେଲ ପିଆଇ ଦେଇଥିଲା । ନୋଏଡାର ଚିଜାର୍ସିରେ ଲବକୁଶ ନାମକ ଜଣେ ବ୍ୟକ୍ତି ଡିଜେଲକୁ ଘରେ ଏକ ବୋତଲରେ ରଖିଥିଲେ ।
ସୂଚନା ମୁତାବକ ଲବକୁଶ ତାଙ୍କ ପରିବାର ସହିତ ସେକ୍ଟର ୬୩ ପୋଲିସ ଷ୍ଟେସନ ଅଂଚଳର ଚିଜାର୍ସି କଲୋନୀରେ ରୁହନ୍ତି । ସେ ବୁଧବାର ତାଙ୍କ ଘରେ ବୋତଲରେ ଡିଜେଲ ଭର୍ତ୍ତି କରି ରଖିଥିଲେ । ଆଉ ରାତିରେ, ତାଙ୍କର ୪ ବର୍ଷର ଝିଅ ଡିଜେଲକୁ ପାଣି ଭାବି ୮ ମାସର ସାନଭାଇ କୃଷ୍ଣାକୁ ପିଇବାକୁ ଦେଇଥିଲେ । ଏହାର କିଛି ସମୟ ପରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ।
ଶିଶୁଟିକୁ ଚିକିତ୍ସା ପାଇଁ ସେକ୍ଟର -୩ ରେ ଥିବା ଚାଇଲ୍ଡ PGI କୁ ନେଇଥିଲେ । ସେଠାରେ ଛୁଆଟିର ମୃତ୍ୟୁ ହୋଇଥିଲା । ସୂଚନା ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶିଶୁର ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି ।