ନଡ଼ିଆ ବୋଝେଇ ଟ୍ରକରୁ ୮ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଅଟକ

ଜୟପୁର, ୨୧।୫ ନଡିଆ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୮ କ୍ବିଣ୍ଟାଲରୁ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ।
ଟ୍ରକରେ ନଡିଆା ସହ ଗଞ୍ଜେଇ ବୋଝେଇ ହୋଇ ଔରଙ୍ଗାବାଦ ଯାଉଥିଲା। ଜୟପୁର ନିକଟସ୍ଥ ବାରିଣୀପୁଟ ଠାରେ ଅବକାରୀ ବିଭାଗ ପୋଲିସ ଟ୍ରକକୁ ଯାଞ୍ଚ କରି ସେଥିରୁ ଗଞ୍ଜେଇ ଜବତ କରିଥିଲା। ଏଥିସହ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି। ବିଭିନ୍ନ ସମୟରେ ବିଭିନ୍ନ ଉପାୟ କରି ଗଂଜେଇ ମାଫିଆ ମାନେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରି ଆସୁଛନ୍ତି।