ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶୈଶବରେ ଯନ୍ତ୍ରଣାର ପାହାଡ଼, ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ପେଟ

Published By : Rasmita Pradhan | December 4, 2024 10:39 AM

ଜୟପୁର, ୦୪/୧୨ : ଶୈଶବରେ ମାଡ଼ିବସିଛି ଯନ୍ତ୍ରଣା। ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ପେଟର ଆକାର । ଦିନରାତି ଯନ୍ତ୍ରଣାରେ ଛଟପଟ ହେଉଛି ୮ ବର୍ଷର ସୁଦର୍ଶନ ପୂଜାରୀ । ସ୍କୁଲ ଯାଇପାରୁନଥିବାରୁ ୪ ମାସ ହେଲା ବନ୍ଦ ହୋଇଯାଇଛି ପାଠପଢା । ଚିକିତ୍ସା ପାଇଁ ବିପିଏଲ୍‌ ପରିବାର ପାଖରେ ଅର୍ଥ ନାହିଁ। ଏଥିଲାଗି କୌଣସି ବଡ଼ ମେଡିକାଲ୍‌ ନେବା ଲାଗି ସାହସ ଜୁଟାଇ ପାରିନାହାନ୍ତି ପରିବାର ଲୋକେ । ସୁଦର୍ଶନର ଚିକିତ୍ସା ଲାଗି ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତାର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି ସ୍ଥାନୀୟ ବାରିଣୀପୁଟ ନିବାସୀ ତଥା ସୁଦର୍ଶନର ବାପା ଅର୍ଜୁନ ପୂଜାରୀ । 

ଅର୍ଜୁନ କହିଛନ୍ତି, ଜନ୍ମରୁ ଠିକ୍‌ ଥିଲା ସୁଦର୍ଶନ । ପରେ ପରେ ସାମାନ୍ୟ ପେଟ ଫୁଲିକି ରହୁଥିଲା । ମେଡିକାଲ୍‌ ନେବାପରେ ସେମିତି କୌଣସି ବିପଦ ନଥିବା ଏବଂ ଧୀରେ ଧୀରେ ଠିକ୍‌ ହୋଇଯିବ ବୋଲି କହିଥିଲେ ଡାକ୍ତର । ସେବେଠାରୁ ସୁଦର୍ଶନ ସାଥୀ ପିଲାଙ୍କ ସହ ସ୍କୁଲ ଯାଉଥିଲା । ତୃତୀୟରେ ପଢୁଥିଲା । ୬ ମାସ ତଳେ ହଠାତ୍‌ ଟିବିରେ ଆକ୍ରାନ୍ତ ହୋଇଥିଲା । କୋରାପୁଟ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲରେ ରୋଗ ଚିହ୍ନଟ ପରେ ୪ ମାସ ଔଷଧ ଖାଇଥିଲା । ପରେ ଷ୍ଟକ୍‌ ନଥିବାରୁ ବନ୍ଦ ହୋଇଯାଇଥିଲା ଔଷଧ ସେବନ । ତା ପରଠୁ ଆଉ ସେ ସୁଦର୍ଶନକୁ ଡାକ୍ତରଖାନା ନେଇପାରି ନାହାନ୍ତି । ଏଣେ ମାତ୍ର ୪ ମାସ ଭିତରେ ପେଟର ଆକାର ଅସ୍ୱାଭାବିକ ବଢ଼ିଚାଲିଛି । ବହୁ କଷ୍ଟରେ କିଛିବାଟ ଚାଲୁଥିଲେ ବି ଆଦୌ ବସିପାରୁନି । ମଝିରେ ମଝିରେ ଜ୍ୱର ଆସୁଛି ଏବଂ ଯନ୍ତ୍ରଣା ବଢ଼ିଯାଉଛି । ଡାକ୍ତର କହୁଛନ୍ତି କୌଣସି ବଡ଼ ମେଡିକାଲ୍‌ ନେବାକୁ ପଡ଼ିବ । ପାଖରେ କିନ୍ତୁ ଅର୍ଥ ନାହିଁ । କୁଲି କାମ କଲେ ପରିବାରର ୩ ଛୁଆ ସମେତ ୫ ପ୍ରାଣୀ କୁଟୁମ୍ବର ପେଟକୁ ଦାନା ମୁଠାଏ ମିଳୁଛି । ଜମିବାଡ଼ି କିଛି ନାହିଁ । କେବଳ ସରକାରଙ୍କ ତରଫରୁ ମାସକୁ ୧୫ କେଜି ଚାଉଳ ମିଳୁଛି । ଏଭଳି ସ୍ଥିତିରେ ପିଲାକୁ ବାହରକୁ ନେଇ ଡାକ୍ତର ଦେଖାଇବା ସମ୍ଭବ ହୋଇପାରୁନି । ସରକାର ତାଙ୍କ ଗୁହାରି ଶୁଣନ୍ତୁ । କୌଣସି ବଡ଼ ମେଡିକାଲ୍‌ କିମ୍ବା ଶିଶୁ ଭବନକୁ ନେଇ ମାଗଣାରେ ସୁଦର୍ଶନର ଚିକିତ୍ସା ବ୍ୟବସ୍ଥା କରନ୍ତୁ । ନହେଲେ ପୁଅର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ଅର୍ଜୁନ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.