ତାଳବଣିଆ ଥାନାରେ ୮୦ ଗ୍ରାମ ବ୍ରାଉନ ସୁଗାର ସହ ଦମ୍ପତି ଗିରଫ

ପୁରୀ ୨୯/୩: ତାଳବଣିଆ ଥାନା ଅନ୍ତର୍ଗତ ପିକେଆରଆଇଟି ଚିଲଡ୍ରେନ ପାର୍କ ନିକଟରୁ ୨ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ପୁଲିସ ଗିରଫ କରିଛି l ଅଭିଯୁକ୍ତଙ୍କ ଠାରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି l ତତ ସହିତ ୨ଟି ମୋବାଇଲ ଫୋନ ସହ ୧୦୦୦ ଟଙ୍କା ତାଳବଣିଆ ପୁଲିସ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି l ଅଭିଯୁକ୍ତ ଦ୍ବୟ ହେଲେ କାଳୁ ପଟ୍ଟନାୟକ (ପୋଡା ମୋବିଲ )ବୟସ ୩୩, ରୋଜାଲିନ ପଟ୍ଟନାୟକ ବୟସ ୨୫ l ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ୨୧ବି/୨୯ ଏନଡିପିଏସ ଦଫାରେ ମକଦମା ରୁଜୁ କରି କୋର୍ଟ ଚାଲାଣ କରିଛି l ସମ୍ମିଳନୀରେ ଡିଏସପି କେ କେ ହରିପ୍ରସାଦ, ତଳବଣିଆ ଥାନା ଅଧିକାରୀ ସୁଜାତା ବେହେରା ଉପସ୍ଥିତ ରହିଥିଲେ l