ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ପୂର୍ବ ବର୍ଷ ତୁଳନାରେ ୨୩ ଲକ୍ଷ ଅଧିକ ରାଜସ୍ୱ ଆଦାୟ

Published By : Prameya | February 19, 2025 8:48 AM

ଭୁବନେଶ୍ୱର,୧୯/୦୨ : ଦୀର୍ଘ ୧୫ ଦିନ ଧରି ଚାଲିଥିବା ଖଣ୍ଡଗିରି ମାଘମେଳା ଶାନ୍ତିଶୃଙ୍ଖଳାର ସହ ସରିଛି । ବିଏମ୍‌ସି ଚଳିତ ବର୍ଷ ରେକର୍ଡ ରାଜସ୍ୱ ଆଦାୟ କରିଛି । ୮୦ ଲକ୍ଷରୁ ଅଧିକ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ପୂର୍ବ ବର୍ଷ ତୁଳନାରେ ୨୩ ଲକ୍ଷ ଟଙ୍କା ଅଧିକ ରାଜସ୍ୱ ଆଦାୟ ହୋଇଛି । 

ମେଳା ଆରମ୍ଭରୁ ପରିମଳ, ଆଲୋକ, ପାନୀୟ ଜଳ ଏବଂ ଜନସ୍ୱାସ୍ଥ୍ୟ ଇତ୍ୟାଦିକୁ ସଠିକ ଢଙ୍ଗରେ କରିବା ପାଇଁ ମେୟର ସୁଲୋଚନା ଦାସ ଟିମ୍‌ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ । ମେଳାରେ ଆଲୋକ, ପାନୀୟ ଜଳ ସହ ଜନସ୍ୱାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଖଣ୍ଡଗିରି ମାଘ ମେଳାରେ ପଡ଼ିଥିବା ଖାଦ୍ୟ ଦୋକାନୀମାନେ ଯେପରି ପରିଷ୍କାରର ସହ ଖାଦ୍ୟ ବିକ୍ରି କରିବେ ସେ ନେଇ ନିର୍ଦ୍ଦେଶ ଦିଆଯାଇଥିଲା । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦ୍ଦେଶରେ ୨୪ ଘଣ୍ଟିଆ ସଫେଇ କାର୍ଯ୍ୟକ୍ରମ ସାଙ୍ଗକୁ ଖାଦ୍ୟ ସୁରକ୍ଷା ଓ ଯାଞ୍ଚ କରାଯାଇଥିଲା । ଫେବ୍ରୁଆରୀ ୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ନିରନ୍ତର ତଦାରଖ ଚାଲୁ ରହିଥିଲା । ଖାଦ୍ୟ ନିରାପତ୍ତା ନିୟମକୁ ଭିତ୍ତି କରି ବିଭିନ୍ନ ଖାଦ୍ୟ ଦୋକାନରୁ ନମୁନା ସଂଗ୍ରହ, ବାସି ଖାଦ୍ୟ ନଷ୍ଟ କରିବା ଏବଂ ସତର୍କତା ନୋଟିସ୍‌ ଜାରି କରାଯାଇଥିଲା । ସମୁଦାୟ ୬୪୦ ଗୋଟି ଖାଦ୍ୟ ଦୋକାନରେ ଚଢାଉ କରାଯାଇ ପ୍ରାୟ ୪ କୁଇଣ୍ଟାଲ ଖରାପ ଖାଦ୍ୟ ନଷ୍ଟ କରାଯାଇଥିଲା । ୫୦ଟି ଦୋକାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା । ସେଥିରୁ ୨ଟି ନମୁନା ଖରାପ ବାହାରିବାରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ଏ ବାବଦରେ କିଛି ଦୋକାନୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । 

ସେହିପରି ମେଳା ଅଞ୍ଚଳରେ ୨୪ ଘଣ୍ଟିଆ ସଫେଇ ଜାରି ରହିଥିଲା । ଦିନକୁ ୩ଟି ପର୍ଯ୍ୟାୟରେ ସଫେଇ କରାଯାଉଥିଲା । ପ୍ରତି ଦଫାରେ ୧୦୦ ଜଣ ଲେଖାଏଁ ସଫେଇ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସମଗ୍ର ମେଳାରେ ୪୦ ଜଣ ଏସ୍‌ଆଇ, ଜୋନ୍‌ ସାନିଟେସନ ଏକ୍ସପର୍ଟ, ଏଜେନ୍‌ସି ସୁପରଭାଇଜରମାନେ ପରିମଳ କାର୍ଯ୍ୟର ତଦାରଖ କରୁଥିଲେ । ସେମାନଙ୍କ ସହିତ ଟିମ୍‌ ସାଇନ୍‌ ଓ ଏନଫୋର୍ସମେଣ୍ଟ ଟିମ୍‌ ମଧ୍ୟ ମୁତୟନ କରାଯାଇଥିଲା । ଦକ୍ଷିଣ-ପୂର୍ବ ଜୋନର ଜୋନାଲ କମିଶନର ରାକେଶ କୁମାର ପାତ୍ର, ସହକାରୀ କମିଶନର ଏନ୍‌. ଗଣେଶ ବାବୁ ନିୟମିତ କ୍ଷେତ୍ର ପରିଦର୍ଶନ କରୁଥିଲେ । ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ଏ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରୁଥିଲେ।

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.