ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତର ୮୦% ଲୋକ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରଭାବିତ; ସୋମ୍ୟା ସ୍ୱାମୀନାଥନ

Published By : Anindita Ratha | November 16, 2024 10:55 AM

ନୂଆଦିଲ୍ଲୀ,୧୬/୧୧:ଭାରତର ପ୍ରାୟ ଅଧିକାଂଶ ବ୍ୟକ୍ତି ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଛନ୍ତି ପ୍ରଭାବିତ  । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏହି ସମସ୍ୟାର ମୁକାବିଲା ତଥା ଦେଶରେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଆନ୍ତର୍ଜାତୀୟ ସହଯୋଗର ଜରୁରୀ ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶିଶୁ ଏବଂ ମହିଳାମାନେ ଅଧିକ ବିପଦରେ ଥିବା ବେଳେ  ବର୍ତ୍ତମାନ ଭାରତର ପ୍ରାୟ ସମସ୍ତଙ୍କୁ ଏହାର ପ୍ରଭାବ ପଡୁଛି । 

ସୂଚନା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପଡୁଥିବା ପ୍ରଭାବ ଦ୍ବାରା ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି ଲୋକେ  । ଏହି ସମସ୍ୟାର ମୁକାବିଲା ପାଇଁ ତୁରନ୍ତ ସହଯୋଗର ଆବଶ୍ୟକତା ଅଛି । ଏହି ସମସ୍ୟା ବିଷୟରେ ସ୍ବାମୀନାଥନ କହିଛନ୍ତି ଯେ, ଏହା ମହିଳା ଏବଂ ଶିଶୁଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ, ବିଶେଷ କରି ଗ୍ରାମାଞ୍ଚଳରେ ମହିଳାମାନେ ରୋଷେଇ ପାଇଁ  ଇନ୍ଧନ ଉପରେ ନିର୍ଭର କରିବାକୁ ପଡେ ଏବଂ ଏହି ନିର୍ଭରଶୀଳତା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ୮୦% ଜନସଂଖ୍ୟା ଜଳବାୟୁ ପରିବର୍ତ୍ତନର ପ୍ରଭାବର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳର  କୃଷକମାନଙ୍କଠାରୁ ସହରାଞ୍ଚଳର ଜନସଂଖ୍ୟା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହଁନ୍ତି । ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ସମସ୍ୟା  । ତେବେ ଜଳବାୟୁ ପରିବର୍ତ୍ତନ କେବଳ ଦେଶ ଉପରେ ନୁହେଁ ବରଂ ସମଗ୍ର ବିଶ୍ୱର ଲୋକମାନଙ୍କ ଉପରେ ବ୍ୟାପକ ପ୍ରଭାବ ପକାଉଥିବା ସେ କହିଛନ୍ତି । 


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.