ବାଲିଗୁଡା,୨୬।୫ : ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ l ବାଲିଗୁଡା ସହରର ଖଜୁରୀନାଳ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା l ମୃତ ଯୁବକ ହେଲେ ବାଲିଗୁଡା ଖଜୁରୀନାଳ ସାହିର ବି. ମହେଶ୍ୱର ଦୋରା l
ବି. ମହେଶ୍ୱର ଦୋରାଙ୍କ ଘର ଛାତରେ ପାଞ୍ଚ ବର୍ଷ ହେବ ମହୁମାଛି ବସା ବାନ୍ଧିଛନ୍ତି l ତେବେ ମଙ୍ଗଳବାର ସକାଳେ ମହେଶ୍ବର ସାଙ୍ଗସାଥିଙ୍କ ସହ ଖେଳ ସାରି ଘର ଭିତରେ ପଶିଲା ବେଳେ ନିଜ ଛାତ ଉପରେ ଥିବା ମହୁମାଛି ଗୋଡ଼ାଇ ଆକ୍ରମଣ କରିଥିଲେ l ମହୁମାଛି ଆକ୍ରମଣରେ ଲହୁଲୁହାଣ ହୋଇ ବି. ମହେଶ୍ୱର ଚିତ୍କାର କରିବା ସହ ଚେତା ହରାଇ ବସିଥିଲେ l ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗୁରୁତର ଅବସ୍ଥାରେ ମହେଶ୍ବରଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲକୁ ଆଣିଥିଲେ l କିନ୍ତୁ ସେଠାରେ ମହେଶ୍ବରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ l
ତେବେ ପୂର୍ବରୁ ମଧ୍ୟ ଖଜୁରୀନାଳ ସାହିର ବାସିନ୍ଦାଙ୍କୁ ମହୁମାଛି ଆକ୍ରମଣ କରିବା ପରେ ସେମାନେ ମହେଶ୍ବରଙ୍କୁ ଛାତରେ ଥିବା ମହୁମାଛିକୁ ହଟାଇବା ପାଇଁ କହି ଆସୁଥିଲେ l କିନ୍ତୁ ଆଜି ନିଜ ଛାତ ରେ ବସା ବାନ୍ଧିଥିବା ସେହି ମହୁମାଛି ହିଁ ସେହି ଘରର ଯୁବକ ଙ୍କ ଜୀବନ ନେଇଛି l
ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ଟ୍ରକ୍