ଛତ୍ରପୁର, ୨୭।୭ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏକ ଘରୋଇ ବସକୁ ଧରି ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି । ଗାଡିର ଫିଟନେସ, ରୋଡ଼ ଟ୍ୟାକ୍ସ, ପଲ୍ୟୁସନ, ଇନ୍ସୁରାନ୍ସ ଏପରିକି ଗାଡି ଚଳାଉଥିବା ଡ୍ରାଇଭରଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ଏହି ଜରିମାନା କରାଯାଇଛି।
ସୂଚନା ପ୍ରକାରେ ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା ଓଡି ୧୯ ଆର ୪୫୯୭ ନମ୍ବର ବିଶିଷ୍ଠ ଜୟଶ୍ରୀ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଗଞ୍ଜାମ ପରିବହନ ବିଭାଗର ଟ୍ରାଫିକ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା l ଗାଡିର ୩ ବର୍ଷ ହେଲା ଫିଟନେସ, ରୋଡ଼ ଟ୍ୟାକ୍ସ, ପଲ୍ୟୁସନ, ଇନ୍ସୁରାନ୍ସ ଏପରିକି ଗାଡି ଚଳାଉଥିବା ଡ୍ରାଇଭର ଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ବସ ଉପରେ ମୋଟ ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି l ଗାଡି ମାଲିକ ସନ୍ତୋଷ କୁମାର ସାହୁ ଙ୍କ ନାମରେ ଚାଲାଣ କଟାଯାଇଛି l
ରୋଡ଼ ଟ୍ୟାକ୍ସ ବାବଦକୁ ୮ ଲକ୍ଷ ୫ ହଜାର ୧୬୩ ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ଯୋଗୁଁ ୫ ହଜାର ଟଙ୍କା, ଗାଡିର ରେଜିଷ୍ଟେସନ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ ନଥିବା ଯୋଗୁଁ ୧୦ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି l ଗାଡିକୁ ଜବତ କରାଯାଇ ଅଗସ୍ତି ନୂଆଗାଁ ସ୍ଥିତ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସେଣ୍ଟର ରେ ରଖାଯାଇଛି l ଜରିମା ଆଦାୟ ପରେ ଉକ୍ତ ଗାଡିକୁ ଛଡ଼ାଯିବ ବୋଲି ଟ୍ରାଫିକ ଇନ୍ସପେକ୍ଟର ବିଶ୍ୱ ରଂଜନ ସାହୁ ସୂଚନା ଦେଇଛନ୍ତି l ୨୦୨୩ ରୁ ଗାଡିର ଟ୍ୟାକ୍ସ ଡିପୋଜିଟ କରା ଯାଇନାହିଁ ।
ଆହୁରି ପଢନ୍ତୁ : ବର୍ଷା ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି : ରାଜସ୍ବ ମନ୍ତ୍ରୀ